www.samajalive.in
Saturday, December 6, 2025
15.1 C
Bhubaneswar

ତମ୍ବା ପାତ୍ରରେ ଏହି ଖାଦ୍ୟଦ୍ରବ୍ୟ ରଖୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ବହୁ ଲୋକେ ନିଜ ଘରେ ତମ୍ବା ବାସନର ବ୍ୟବହାର କରିଥାଆନ୍ତି। ମାତ୍ର ଏହାର ବ୍ୟବହାରରେ କିଛି ନିୟମ ମଧ୍ୟ ରହିଛି। କାରଣ ତମ୍ବା ବାସନରେ ଥିବା କେମିକାଲ ଶରୀର ପାଇଁ କ୍ଷତିକାରକ ଅଟେ। ମୁଖ୍ୟତଃ ଏପରି କିଛି ଖାଦ୍ୟ ଅଛି ଯାହାକୁ ତମ୍ବା ପାତ୍ରରେ ରଖିବା ଦ୍ୱାରା ଏହା ସ୍ୱାସ୍ଥ୍ୟର କ୍ଷତି କରିଥାଏ। ତମ୍ବାରେ କପର ଧାତୁ ରହିଥାଏ, ଯାହା ଖାଦ୍ୟରେ ମିଶିବା ଫଳରେ ତାହା ବିଷାକ୍ତ ହୋଇଯାଏ। ସେହି ଖାଦ୍ୟକୁ ଖାଇବା ପରେ ଫୁଡ଼ ପଏଜନିଂ ହେବାର ଆଶଙ୍କା ରହିଛି। ଜାଣନ୍ତୁ କେଉଁ ଖାଦ୍ୟ ତମ୍ବା ବାସରେ ରଖିବା ଉଚିତ ନୁହେଁ ….
ଆଚାର, ଦହି ଓ ଲେମ୍ବୁରସ ଆଦିକୁ ତମ୍ବା ବାସନରେ ରଖିବା ଉଚିତ ନୁହେଁ। ଆଚାରରେ ଥିବା ସିରକା, ଲେମ୍ବୁ ରସରେ ଥିବା ସାଇଟ୍ରିକ ଏସିଡ଼, ଦହିରେ ଥିବା ଲାକଟିକ ଏସିଡ଼ ତମ୍ବା ସହ ମିଶି ବିଷାକ୍ତ ହୋଇଯାଏ। ତେଣୁ ଏହି ସମସ୍ତ ଖାଦ୍ୟଦ୍ରବ୍ୟକୁ ତମ୍ବା ବାସନରେ ରଖିବା ଉଚିତ ନୁହେଁ।
ଫଳ– ତମ୍ବା ପାତ୍ରରେ କୌଣସି ପ୍ରକାରର ଖଟା ଫଳ ରଖନ୍ତୁ ନାହିଁ। ସେଓ, ସପୁରୀ, ଡ଼ାଳିମ୍ବ, ଆମ୍ବ ଇତ୍ୟାଦି ଫଳକୁ ତମ୍ବା ପାତ୍ରରେ ରଖନ୍ତୁ ନାହିଁ। ତମ୍ବା ପାତ୍ରରେ ଏହି ସମସ୍ତ ଫଳକୁ ରଖି ଖାଇବା ପରେ ବାନ୍ତି ହେବା, ମୁଣ୍ଡ ବୁଲାଇବା ପରି ସମସ୍ୟା ସୃଷ୍ଟି ହୋଇଥାଏ।
କ୍ଷୀର – ଥଣ୍ଡା କିମ୍ବା ଗରମ କ୍ଷୀରକୁ ତମ୍ବା ପାତ୍ରରେ ରଖିବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories