www.samajalive.in
Sunday, December 7, 2025
18.1 C
Bhubaneswar

ଆଜିଠୁ ଲୋକସେବା ଭବନରୁ କାର୍ଯ୍ୟ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନୂଆ ସରକାର ଗଠନର ୩ ସପ୍ତାହ ପରେ ଆଜିଠାରୁ ଲୋକସେବା ଭବନ (ସଚିବାଳୟ)ରୁ କାର୍ଯ୍ୟ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମନ୍ତ୍ରିିମଣ୍ଡଳ ଶପଥ ନେବା ପରଠାରୁ ରାଜ୍ୟ ଅତିଥି ଭବନରୁ କାର୍ଯ୍ୟ କରୁଥିଲେ ମୁଖ୍ୟମନ୍ତ୍ରୀ। ତେବେ ଆଜିଠାରୁ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ସଚିବାଳୟରୁ ସମସ୍ତ ସରକାରୀ କାର୍ଯ୍ୟ କରିବେ ବୋଲି ଜଣାପଡିଛି। ଗୁରୁବାର ପୂର୍ବାହ୍ନ ୯ଟା ୪୫ ମିନିଟରେ ଲୋକସେବା ଭବନରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ସେଠାରେ ସାମ୍ୱାଦିକଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି। ଏଥିସହ ପୂର୍ବାହ୍ନ ୧୧ଟାରେ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଦିନ ୧ ଟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ତାଙ୍କର ବିଭିନ୍ନ ସରକାରୀ କାର୍ଯ୍ୟ ରହିଥିବା ସୂଚନା ମିଳିଛି।
ରାଜ୍ୟରେ ଦୀର୍ଘ ୨୪ ବର୍ଷ ପରେ ସରକାର ପରିବର୍ତ୍ତନ ହୋଇଛି। ବିଜେପି ପ୍ରଥମଥର ପାଇଁ ସରକାର ଗଠନ କରିଛି। ବିଜେପି ସରକାରରେ ମନ୍ତ୍ରୀମାନଙ୍କୁ ନିକଟରେ ଲୋକସେବା ଭବନରେ ପ୍ରକୋଷ୍ଠ ଆବଣ୍ଟନ କରାଯାଇଥିଲା। ଏହାପରେ ମନ୍ତ୍ରୀମାନେ ପୂଜାର୍ଚ୍ଚନା କରି ସରକାରୀ କାର୍ଯ୍ୟ ସେଠାରୁ ଆରମ୍ଭ କରିଥିଲେ। ତେବେ ଲୋକସେବା ଭବନରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶ୍ରୀ ମାଝୀ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ କରିନାହାନ୍ତି। ରାଜ୍ୟ ଅତିଥି ଭବନରେ ଖୋଲିଥିଲା ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ। ସେଠାରୁ ଚାଲୁଥିଲା ସମସ୍ତ ସରକାରୀ କାର୍ଯ୍ୟ। ଅସ୍ଥାୟୀ କାର୍ଯ୍ୟାଳୟରେ ବିଭିନ୍ନ ବୈଠକ କରୁଥିବାବେଳେ ବିଭିନ୍ନ ବର୍ଗର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ସେଠାରେ ଭେଟୁଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories