www.samajalive.in
Sunday, December 7, 2025
26.1 C
Bhubaneswar

ଟ୍ରାଏମ୍ଫ ମୋଟରସାଇକେଲ ଦାମ୍ କମିଲା, ୪୮ ହଜାର ଟଙ୍କା ଶସ୍ତା

ନୂଆଦିଲ୍ଲୀ : ଟ୍ରାଏମ୍ଫ ନିଜ ମିଡିଲ-ଓ୍ବେଟ ନେକେଡ୍ ଷ୍ଟ୍ରିଟ୍ ବାଇକ ଷ୍ଟ୍ରିଟ୍ ଟ୍ରିପଲ ଆରର ଦାମ୍ ହ୍ରାସ କରିଛି । ୯.୯୫ ଲକ୍ଷ ଟଙ୍କା ବିଶିଷ୍ଟ ଏହି ବାଇକ୍ ଧଳା ଏବଂ ସିଲଭର ରଙ୍ଗ ଏବେ ୪୮ ହଜାର ଟଙ୍କା ଶସ୍ତା ହୋଇଯାଇଛି । ସେହିଭଳି ମ୍ୟାଟ୍ ଅରେଞ୍ଜ ଏବଂ କ୍ରିଷ୍ଟଲ ହ୍ବାଇଟ୍ ରଙ୍ଗ ଭେରିଏଣ୍ଟ ୨୨ ହଜାର ଟଙ୍କା ଶସ୍ତା ହୋଇଛି । ଏହାର ଦାମ୍ ଏବେ ୧୦.୨୧ ଲକ୍ଷ ଟଙ୍କା ।

ଅନ୍ୟପଟେ କମ୍ପାନୀ ଷ୍ଟ୍ରିଟ୍ ଟ୍ରିପଲ ଆରଏସର ୩ ରଙ୍ଗର ବିକଳ୍ପର ଦାମ୍ ୧୪ ହଜାର ଟଙ୍କା ବୃଦ୍ଧି ପାଇଛି । ଏଥିରେ ଫାଣ୍ଟମ ବ୍ଲାକ୍, କାର୍ଣ୍ଣିଭାଲ ରେଡ୍ ଓ କସ୍ମିକ୍ ୟେଲୋ ସାମିଲ । ଏହାର ଦାମ୍ ଏବେ ୧୨.୨୧ ଲକ୍ଷ ଟଙ୍କା ହୋଇଯାଇଛି । ସେହିଭଳି ସିଲଭର ଆଇସ ରଙ୍ଗର ଦାମ୍ ୧୧.୯୫ ଲକ୍ଷ ଟଙ୍କା ହୋଇଛି ଯାହା ପୂର୍ବ ଅପେକ୍ଷା ୧୨ ହଜାର ଟଙ୍କା ଶସ୍ତା ହୋଇଯାଇଛି ।

- Advertisement -

ଷ୍ଟ୍ରିଟ୍ ଟ୍ରିପଲ ଆର ନିଜ ସେଗମେଣ୍ଟର ପପୁଲାର ମୋଟରସାଇକେଲ । ଏଥିରେ ୭୬୫ ସିସି, ଇନଲାଇନ୍ ଟ୍ରିପଲ ଇଞ୍ଜିନ ରହିଛି ଯାହା ୧୧,୫୦୦ ଆରପିଏମରେ ୧୧୮.୪ ବିଏଚପି ଏବଂ ୯୫୦୦ ଆରପିଏମରେ ୮୦ ଏନଏମ ଟର୍କ ଉତ୍ପନ କରିଥାଏ । ଷ୍ଟ୍ରିଟ୍ ଟ୍ରିପଲ ଆରଏସର ଇଞ୍ଜିନ ୧୨ ହଜାର ଆରପିଏମରେ ୧୨୮.୨ ବିଏଚପି ଉତ୍ପନ କରିଥାଏ । ଏଥିରେ ୫ ଇଞ୍ଚର ଟିଏଫଟି ଇନଷ୍ଟ୍ରୁମେଣ୍ଟ କନସୋଲ୍, ୪ ରାଇଡ୍ ମୋଡ୍ସ, ହ୍ବିଲି କଣ୍ଟ୍ରୋଲ, କର୍ଣ୍ଣରିଂ ଏବିଏସ୍, ଏକ କ୍ବିକ୍ ସିଫ୍ଟର ଏବଂ ଟ୍ରାକ୍ସନ କଣ୍ଟ୍ରୋଲ ଭଳି ଫିଚର୍ସ ମିଳୁଛି ।

ହିନା ଖାନ କର୍କଟରେ ପୀଡ଼ିତ, ଭାବୁକ ହୋଇ କହିଲେ ଏମିତି..

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories