www.samajalive.in
Sunday, December 7, 2025
15.1 C
Bhubaneswar

ହିନା ଖାନ କର୍କଟରେ ପୀଡ଼ିତ, ଭାବୁକ ହୋଇ କହିଲେ ଏମିତି..

ମୁମ୍ବଇ: ଗତ କିଛି ଦିନ ହେବ ଖବର ଆସିଥିଲା ଯେ ଅଭିନେତ୍ରୀ ହିନା ଖାନ କର୍କଟ ରୋଗରେ ପୀଡ଼ିତ ଏବଂ ତାଙ୍କ ଚିକିତ୍ସା ଜାରି ରହିଛି। ଏବେ ଅଭିନେତ୍ରୀ ନିଜେ ଏନେଇ ସ୍ପଷ୍ଟ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସେ ଏନେଇ ସୂଚନା ଦେଇଛନ୍ତି।

- Advertisement -

ହିନା ଲେଖିଛନ୍ତି, ‘‘ନିକଟରେ ଉଡ଼ୁଥିବା ଗୁଜବ ଉପରେ ମୁଁ ଆପଣମାନଙ୍କ ସହ କିଛି ଗୁରୁତ୍ଵପୂର୍ଣ୍ଣ ଖବର ଶେୟାର କରିବାକୁ ଚାହୁଁଛି ଯେ, ମୁଁ ସ୍ତନ କର୍କଟର ତୃତୀୟ ପର୍ଯ୍ୟାୟରେ ଅଛି।’’ ସେ ଆହୁରି ଲେଖିଛନ୍ତି, ‘‘ମୋତେ ଭଲପାଉଥିବା ଏବଂ ମୋ ବିଷୟରେ ଚିନ୍ତା କରୁଥିବା ସମସ୍ତ ଲୋକଙ୍କ ସହ ମୁଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର ଶେୟାର କରିବାକୁ ଚାହୁଁଛି। ମୁଁ ତୃତୀୟ ଷ୍ଟେଜ୍ ସ୍ତନ କର୍କଟରେ ପୀଡ଼ିତ। ଏହା ସତ୍ବେ ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ମୁଁ ଠିକ୍ ଅଛି। ମୁଁ ଦୃଢ, ସଂକଳ୍ପବଦ୍ଧ ଅଛି ଏବଂ ଏହି ରୋଗକୁ ଦୂର କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଅଛି। ମୋର ଚିକିତ୍ସା ଆରମ୍ଭ ହୋଇଯାଇଛି, ଏବଂ ଏଥିରୁ ମୁକୁଳିବା ପାଇଁ ଅଧିକ ମଜଭୁତ ହୋଇ ଯଥା ସମ୍ଭବ ପ୍ରୟାସ କରିବାକୁ ପ୍ରସ୍ତୁତ ଅଛି।’’

ହିନାଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକମାନେ ଦୁଃଖିତ ତଥା ଚିନ୍ତିତ ହେବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories