www.samajalive.in
Saturday, December 6, 2025
26.1 C
Bhubaneswar

ମଙ୍ଗଳଗ୍ରହରେ ଶହଶହ କଳା ବୁଢିଆଣୀ ନା ଆଉ କିଛି ; ବୈଜ୍ଞାନିକ କହିଲେ ଏମିତି..

ନୂଆଦିଲ୍ଲୀ : ମଙ୍ଗଳଗ୍ରହର ଏକ ଫଟୋ ବର୍ତ୍ତମାନ ବୈଜ୍ଞାନିକମାନଙ୍କୁ ଚିନ୍ତାରେ ପକାଇବା ସହ ଆଶ୍ଚର୍ଯ୍ୟ କରିଛି। ଏହି ଫଟୋ ୟୁରୋପିଆନ୍ ସ୍ପେସ୍ ଏଜେନ୍ସୀ (ESA )ର ଏକ୍ସୋମାର୍ସ ଟ୍ରେସ୍ ଗ୍ୟାସ୍ ଅର୍ବିଟରରେ ଥିବା କଲର ଆଣ୍ଡ ଷ୍ଟେରିଓ ସରଫେସ୍ ଇମେଜିଂ ସିଷ୍ଟମ। ଉତ୍ତୋଳନ କରିଥିବା ସୂଚନା ମିଳିଛି। ଫଟୋରେ ଲକ୍ଷ ଲକ୍ଷ ବୁଢିଆଣୀ ନଜର ଆସିଛନ୍ତି। ଅନ୍ୟ ଗ୍ରହରେ ଜୀବନ ସମ୍ଭବ ହୋଇନଥିବା ବେଳେ ମଙ୍ଗଳ ଗ୍ରହର ଏହି ଫଟୋ ଚକିତ କରିଛି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ଚର୍ଚ୍ଚାର କାରଣ ପାଲଟିଛି।
ବୈଜ୍ଞାନିକ ମାନେ ସାମ୍ନାକୁ ଆଣିଥିବା ତଥ୍ୟ ଅନୁଯାୟୀ, ବସନ୍ତ ଋତୁରେ ଯେତେବେଳେ ସୂର୍ଯ୍ୟଙ୍କ କିରଣ ମଙ୍ଗଳ ଗ୍ରହର ଦକ୍ଷିଣ ମେରୁରେ ପଡିଥାଏ, ଏଠାରେ ଜମା ହୋଇଥିବା କାର୍ବନ ଡାଇଅକ୍ସାଇଡ୍ ଏଭଳି ବୁଢିଆଣୀ ଆକାର ଧାରଣ କରି ଥାଏ। ପ୍ରତି ବର୍ଷ ଥଣ୍ଡା ଦିନ ପରେ ଏଭଳି ଦୃଶ୍ୟ ନଜର ଆସିଥାଏ। ସୂର୍ଯ୍ୟଙ୍କ କିରଣ ପଡିବା ପରେ ଏହା ଭୂମିରେ ସୃଷ୍ଟ ଫାଟ ଦେଇ ବାହାରକୁ ଆସି ପରେ ତରଳିବାରେ ଲାଗିଥାଏ। ଏହା ଦେଖିବାକୁ ବୁଢିଆଣୀ ଭଳି। ଲକ୍ଷ ଲକ୍ଷ ବୁଢିଆଣୀ ଚଟାଣରେ ଏକାସହ ଯିବା ଭଳି ଏହା ଦେଖାଯାଏ। ସୂର୍ଯ୍ୟକିରଣ କାରଣରୁ ଏହା ତରଳିଥାଏ। ଫଳରେ ଏହା ଚାଲୁଥିବା ଭଳି ଦୃଶ୍ୟମାନ ହୁଏ।

ପ୍ରାତଃଭ୍ରମଣ କରୁଥିଲେ ମହିଳା ; ଦୁର୍ବୃତ୍ତ ସୁନା ଚେନ୍ ନେଇ ଚମ୍ପଟ..

- Advertisement -

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories