www.samajalive.in
Sunday, December 7, 2025
26.1 C
Bhubaneswar

ନାରାୟଣପାଟଣାରେ ଶିଶୁ ମଡ଼କ, କାରଣ ଖୋଜୁଛି ସ୍ବାସ୍ଥ୍ୟ ବିଭାଗ

ନାରାୟଣପାଟଣା : କୋରାପୁଟ ଜିଲା ନାରାୟଣପାଟଣାରେ ଦୁଇଦିନ ମଧ୍ୟରେ ପୁଣି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି ହୋଇଥିବା ଜଣେ ୫ ବର୍ଷର ଶିଶୁର ଗତକାଲି ମୃତ୍ୟୁ ଘଟିଥିବାବେଳେ ଗୁରୁବାର  ଗୁରୁବାର ନାରାୟଣପାଟଣା ବ୍ଲକ ବିକ୍ରମପୁର ଗାଁରେ ଅନ୍ୟ ଜଣେ ୫ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସପ୍ତାହ ମଧ୍ୟରେ ୫ ଜଣଙ୍କ ଜୀବନ ଚାଲିଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ଅପରପକ୍ଷେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମୃତ୍ୟୁର କାରଣ ଖୋଜା ଚାଲିଛି। ସଂପୃକ୍ତ ଗାଁଗୁଡିକରେ ସ୍ବାସ୍ଥ୍ୟ କର୍ମଚାରୀମାନେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି।

ସୂଚନା ଅନୁଯାୟୀ ନାରାୟଣପାଟଣା ବ୍ଲକ ବୋରିଗି ପଞ୍ଚାୟତ ଜାମଡ଼ାୱାଲସା ଗ୍ରାମର ଶେଙ୍କାର ରାଓ ତାଡ଼ିଙ୍ଗିଙ୍କ ପୁଅ ଇଶାକ୍ ତାଡ଼ିଙ୍ଗି(୫)ଙ୍କ ଗତ ବୁଧବାର ଗଳା ଫୁଲି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ନାରାୟଣାପଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ କୋରାପୁଟରୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ଅପରାହ୍ଣରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି। ବ୍ରହ୍ମପୁରରୁ ଆମ୍ବୁଲାନ୍ସ ଯୋଗେ ମରଶରୀରକୁ ଗାଁକୁ ଅଣାଯାଇଥିଲା। ଗୁରୁବାର ସକାଳେ ଶବ ସତ୍କାର କରାଯାଇଛି। ସେହିପରି ବିକ୍ରମପୁର ଗ୍ରାମର ସାଇବାଣୀ ପଞ୍ଚଡ଼ିଆଙ୍କ ଝିଅ ବାସନ୍ତୀ ପଞ୍ଚଡ଼ିଆ(୫)ଙ୍କୁ ନାରାୟଣାପଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ମୃତ୍ୟୁ ରକ୍ତହୀନତା (ସିକିଲସେଲ) ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

- Advertisement -

ଅନ୍ୟପଟେ ଗତ ସପ୍ତାହରେ ନାରାୟଣାପଟଣା ବ୍ଲକ ଗତିଗୁଡ଼ା ଗ୍ରାମରେ ୩ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁର କାରଣ ନିମୋନିଆ, ରକ୍ତହୀନତା ଓ ଅନ୍ୟ କାରଣ ବୋଲି ସ୍ବାସ୍ଥ୍ୟ ବିଭାଗ କହୁଥିବା ବେଳେ ତାହାକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଡିପଥେରିଆ ସନ୍ଦେହ ଅଞ୍ଚଳବାସୀଙ୍କୁ ଆତଙ୍କିତ କରୁଛି। ଉକ୍ତ ରୋଗ ବାୟୁ ଦ୍ବାରା ସଂକ୍ରମିତ ହେଉଥିବା ବେଳେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ପିଲାମାନଙ୍କୁ ଆଗୁଆ ସତର୍କତା ଅବଲମ୍ବନ କରାଯାଇ ଚିକିତ୍ସା ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ରୋଗୀଙ୍କ ମୃତ୍ୟୁ ସମ୍ପର୍କରେ ବନ୍ଧୁଗାଁ ଓ ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀମାନେ କୌଣସି ସୂଚନା ଦେଉ ନଥିବା ପଛରେ କୌଣସି ବଡ଼ ରହସ୍ୟ ଲୁଚି ରହିଛି କି ବୋଲି ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କି ମାରୁଛି। ଅନ୍ୟପଟେ ଯେଉଁ ଗ୍ରାମରେ ଶିଶୁଙ୍କ ମୃତ୍ୟୁ ହେଉଛି, ଉକ୍ତ ଗାଁଗୁଡ଼ିକରେ ସ୍ବାସ୍ଥ୍ୟ ବିଭାଗ ସହ ବ୍ଲକ ପ୍ରଶାସନ ମଧ୍ୟ ପହଞ୍ଚି ତଥ୍ୟ ସଂଗ୍ରହ କରୁଛି। ପିଆର୍‌ଆଇ ସଭ୍ୟମାନଙ୍କ ସହ ଆଲୋଚନା କରି ଲୋକଙ୍କୁ ସଚେତନତା କରାଯାଉଛି। ଏନେଇ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ତ୍ରୁଟିପୂର୍ଣ୍ଣ ମୋତିଆବିନ୍ଦୁ ଅ​‌ସ୍ତ୍ରୋପଚାର, କ୍ଲିନିକ ବନ୍ଦ

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories