www.samajalive.in
Wednesday, December 10, 2025
15.1 C
Bhubaneswar

କଂଗ୍ରେସ ନେତାଙ୍କ ଘରୁ ଆତଙ୍କବାଦୀମାନେ ଲୁଟି ନେଲେ ୪ଟି ଏକେ-୪୭ ରାଇଫଲ

ଶ୍ରୀନଗର : ଆତଙ୍କବାଦୀମାନେ ରବିବାର ଜାମ୍ମୁ କାଶ୍ମୀର ରାଜଧାନୀ ଶ୍ରୀନଗରର ଜବାହରନଗର ଅଞ୍ଚଳର ଜଣେ କଂଗ୍ରେସ ନେତାଙ୍କ ଘରୁ ୪ଟି ଏକେ-୪୭ ରାଇଫଲ ଲୁଟି ନେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ପୁଲିସ୍‍ ପକ୍ଷରୁ କୁହାଯାଇଛି ଯେ ରବିବାର ଅପରାହ୍ଣରେ କେତେକ ଆତଙ୍କବାଦୀ ଶ୍ରୀନଗର ଏମ୍‍ଏଲସି ମୁଜଫର ଅହମଦଙ୍କ ଘରେ ପଶିଯାଇଥିଲେ। ସେଠାରେ ସୁରକ୍ଷାରେ ମୁତୟନ ପୁଲିସ୍‍ଙ୍କ ୪ଟି ଏକେ-୪୭ ରାଇଫଲ ନେଇ ଆତଙ୍କବାଦୀମାନେ ଫେରାର ହୋଇଯାଇଥିଲେ। ଜାମ୍ମୁ କାଶ୍ମୀର ପୁଲିସ୍‍ ଓ ସେନା ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। କଶ୍ମୀର ରେଞ୍ଜ ପୁଲିସ୍‍ ଆଇଜି ଏସ୍‍.ପି ପାଣି କହିଛନ୍ତି ଯେ କଂଗ୍ରେସ ନେତାଙ୍କ ଘରେ ମୁତୟନ ସୁରକ୍ଷା କର୍ମୀଙ୍କ ୪ଟି ରାଇଫଲ ମିଳୁନାହିଁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories