www.samajalive.in
Monday, December 15, 2025
24.1 C
Bhubaneswar

ରୋହିତଙ୍କ ଏକାଧିକ ବିଶ୍ବ କୀର୍ତ୍ତିମାନ

ଗ୍ରସ୍ ଆଇଲେଟ୍‌ : ଚଳିତ ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ୍‌​‌ର ସୁପର ଏଇଟ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ୯୨ ରନ୍‌ ସ୍କୋର୍‌ କରିଥିଲେ। ଓପ୍‌ନର ରୋହିତ ୪୧ ବଲ୍‌ରୁ ୮ଟି ଛକା ଓ ୭ଟି ଚୌକା ସହ ୯୨ ରନ୍‌ କରିଥିଲେ। ଏହି ମ୍ୟାଚ୍‌ ଜିତି ଭାରତ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ରୋହିତ ଏକାଧିକ ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି।

ରୋହିତ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ବିଶ୍ବରେ ସର୍ବାଧିକ ସ୍କୋରର୍ ହୋଇ ପାରିଛନ୍ତି। ରୋହିତ ୧୫୭ଟି ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ମ୍ୟାଚ୍‌ରୁ ୪୧୬୫ ରନ୍‌ କରିଛନ୍ତି। ଫଳରେ ପାକିସ୍ତାନ ଅଧିନାୟକ ବାବର ଆଜମ୍‌ଙ୍କ ୪୧୪୫ ରନ୍‌କରି ଅତିକ୍ରମ କରି ରୋହିତ ସର୍ବାଧିକ ରନ୍‌ ସ୍କୋରର୍‌ ହୋଇଛନ୍ତି। ରୋହିତ ୧୫୭ ଟି୨୦ ମ୍ୟାଚ୍‌ରୁ ୫ଟି ଶତକ ଓ ୩୧ଟି ଅର୍ଦ୍ଧଶତକ ସହ ୪୧୬୫ ରନ୍‌ କରିଛନ୍ତି।

- Advertisement -

ପୁଣି ବିରାଟ କୋହଲିଙ୍କ ୪୧୦୩ ରନ୍‌କରି ଅତିକ୍ରମ କରି ରୋହିତ ଭାରତର ସର୍ବାଧିକ ଟ୍ବେଣ୍ଟି୨୦ ସ୍କୋରର୍‌ ହୋଇଛନ୍ତି। ପୁଣି ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ବିଶ୍ବର ପ୍ରଥମ ବ୍ୟାଟ୍‌ସମ୍ୟାନ୍ ଭାବେ ରୋହିତ ୨୦୦ ଛକା ଅତିକ୍ରମ କରିଛନ୍ତି। ଅଦ୍ୟାବଧି ରୋହିତ ୨୦୩ଟି ଛକା ମାରିଛନ୍ତି। ପୁଣି ଟ୍ବେଣ୍ଟି୨୦ ବିଶ୍ବକପ୍‌ ମ୍ୟାଚ୍‌ରେ ସର୍ବାଧିକ ୮ଟି ଛକା ରୋହିତ ମାରିଛନ୍ତି।

୨୦୦୭ରେ ଇଂଲଣ୍ଡ ବିପକ୍ଷରେ ଯୁବରାଜ ସିଂହ ୭ଟି ଛକା ମାରିଥିଲେ। ଏହାସହ ୯୨ ରନ୍‌କରି ଟ୍ବେଣ୍ଟି୨୦ ବିଶ୍ବକପ୍‌ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଭାବେ ରୋହିତ ସର୍ବାଧିକ ରନ୍‌ କରିଛନ୍ତି। ଏହି ରେକର୍ଡ ପୂର୍ବରୁ ୨୦୨୧ରେ ବିରାଟ କୋହଲି (୫୧)ଙ୍କ ନାମରେ ଥିଲା। ପୁଣି ଯେକୌଣସି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଓପ୍‌ନର ଭାବେ ସର୍ବାଧିକ ୫୨୯ଟି ଛକା ମାରିବାରେ କ୍ରିସ୍ ଗେଲ୍‌ଙ୍କ ସହ ସମକକ୍ଷ ହୋଇଛନ୍ତି ରୋହିତ ଶର୍ମା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories