ପ୍ରବାସୀ ଶ୍ରମିକଙ୍କ ପାଇଁ ଆଇନ ସଚେତନତା ଶିବିର
ସମ୍ବଲପୁର: ସମ୍ବଲପୁର ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଏକ ଆଇନ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ସ୍ଥାନୀୟ ପରମାଣପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ସୌମ୍ୟା ପ୍ରଧାନ ଏବଂ ସହଯୋଗୀ ଶ୍ରମ ଅଧିକାରୀ ପ୍ରଚେଶ କୁମାର ହୋତା ଯୋଗ ଦେଇ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ପ୍ରସଙ୍ଗରେ ଶ୍ରମିକ ମାନଙ୍କୁ ସଚେତନ କରରାଇଥିଲେ। ଏଥି ସହ ଆଇନରେ ଥିବା ବିଭିନ୍ନ ସୁବିଧା ଗୁଡିକୁ କିଭଳି ରୂପେ ଲାଭ ନେଇ ପାରିବେ ତାହା ଉପରେ ମଧ୍ୟ ସଚେତନ କରିଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଶ୍ରମିକ ମାନଙ୍କୁ ଶ୍ରମ କାର୍ଡ ମଧ୍ୟ ବଣ୍ଟନ କରାଯାଇଥିଲା।
Comments are closed.