‘ଜୟ ପାଲେଷ୍ଟାଇନ’ ସ୍ଲୋଗାନ ଦେଇ ଶପଥ ଗ୍ରହଣ କଲେ ଅସଦୁଦ୍ଦିନ ଓୱେସି, ବିବାଦ ତୀବ୍ର
ଡେସ୍କ: ହାଇଦ୍ରାବାଦ ସାଂସଦ ତଥା ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମି (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସି ମଙ୍ଗଳବାର ଲୋକସଭାରେ ଶପଥ ନେବା ବେଳେ ‘ଜୟ ପାଲେଷ୍ଟାଇନ’ କହିବା ପରେ ବିବାଦ ସୃଷ୍ଟି ହୋଇଛି। ସେ ଶପଥ ପଟ୍ୟହ ଶେଷରେ ଜୟ ଭୀମ, ଜୟ ମୀମ୍, ଜୟ ତେଲେଙ୍ଗାନା, ଜୟ ପାଲେଷ୍ଟାଇନ୍’ କହିଥିଲେ।
ପଞ୍ଚମ ଥର ପାଇଁ ସାଂସଦ ଭାବେ ଶପଥ ନେଇଥିବା ଓୱେସି ୨୦୨୪ ଲୋକସଭା ନିର୍ବାଚନରେ ହାଇଦ୍ରାବାଦ ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କୁ ପରାସ୍ତ କରିଥିଲେ।
'ଜୟ ପାଲେଷ୍ଟାଇନ' ସ୍ଲୋଗାନ ଦେଇ ଶପଥ ଗ୍ରହଣ କଲେ ଅସଦୁଦ୍ଦିନ ଓୱେସି, ବିବାଦ ତୀବ୍ର pic.twitter.com/VlZpGntxBa
— Samaja Live (@samajalive) June 25, 2024
ଉଲ୍ଲେଖଯୋଗ୍ୟ, ୨୦୧୯ରେ ଓୱେସି ଶପଥ ନେବା ପରେ ଅନେକ ସାଂସଦ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ।
Comments are closed.