www.samajalive.in
Thursday, December 11, 2025
23.1 C
Bhubaneswar

ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

କଳାପଥର (ବାଙ୍କୀ): ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଏବଂ ବାହୁଡା଼ ଯାତ୍ରା ଉପଲକ୍ଷେ ଆଜି ଉପଜିଲ୍ଲାପାଳ, ବାଙ୍କୀଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେବୀ ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ବାଙ୍କୀ ବୈଠକରେ ଅଧକ୍ଷତା କରିଥିଲେ। ଆସନ୍ତା ଶ୍ରୀଗୁଣ୍ଡିଚା ଏବଂ ବାହୁଡା଼ ଯାତ୍ରା ବାଙ୍କୀ ଉପଖଣ୍ଡରେ କିପରି ଶାନ୍ତି ଓ ଶୃଙ୍ଖଳା ସହ ପରିଚାଳିତ ହେବ ସେ ବିଷୟରେ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା। ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଚଳିତ ବର୍ଷ ମହାପ୍ରଭୁଙ୍କର ଶ୍ରୀ ଗୁଣ୍ଡିଚା ଯାତ୍ରା ନିମନ୍ତେ ୩ ଗୋଟି ରଥର ବ୍ୟବସ୍ଥା କରାଯିବା ସହ ପ୍ରଶାସନ ପକ୍ଷରୁ ଶାନ୍ତି ଓ ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ, ରାସ୍ତା ମରାମତି, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା, ବିଦ୍ୟୁତ ସେବା, ସ୍ୱାସ୍ଥ୍ୟ ସେବା ଆଦି ଯୋଗାଇ ଦିଆଯିବା ପାଇଁ ନିଷ୍ପତି ନିଆଯାଇଛି। ଏଥି ସହିତ ଆସନ୍ତା ଶ୍ରୀ ଗୁଣ୍ଡିଚା ଏବଂ ବାହୁଡା଼ ଯାତ୍ରାକୁ କିପରି ସରସ ସୁନ୍ଦର ଭାବେ ପରିଚାଳନା କରାଯିବ ସେଥିପାଇଁ ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ବୈଠକରେ ଉପସ୍ଥିତ ରଥଯାତ୍ରା ପରିଚାଳନା କମିଟିର ସଦସ୍ୟ ମାନଙ୍କ ମତାମତ ଗ୍ରହଣ କରିବା ସହ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories