www.samajalive.in
Tuesday, December 9, 2025
17.1 C
Bhubaneswar

ବୁର୍ଲା ଭିମସାରରେ ଚିକିତ୍ସିତ ହେଲେ ମନ୍ତ୍ରୀ ରବି ନାରାୟଣ ନାଏକ

ବୁର୍ଲା: ମନ୍ତ୍ରୀ ରବି ନାରାୟଣ ନାଏକ ଅସୁସ୍ଥତା ଅନୁଭବ କରିବାରୁ ବୁର୍ଲା ଭିମସାରକୁ ଚିକିତ୍ସା ପାଇଁ ଆସିଥିଲେ। ଭିମସାର ମେଡ଼ିକାଲ କଲେଜ ଅଧ୍ୟକ୍ଷ ତଥା ଭେଷଜ ବିଭାଗର ପ୍ରଫେସର ଡକ୍ଟର ପ୍ରଦୀପ କୁମାର୍ ମହାନ୍ତି ତାଙ୍କର ଚିକିତ୍ସା କରିଥିଲେ। ହସପିଟାଲ ଅଧିକ୍ଷକ ପ୍ରଫେସର ଡକ୍ଟର ଲାଲ ମୋହନ ନାଏକ, ଡକ୍ଟର ଜଗବନ୍ଧୁ ବାରିକ, ପ୍ରଫେସର ଡକ୍ଟର ବ୍ରଜ ବିହାରୀ ପଣ୍ଡା ଏବଂ ପ୍ରଫେସର ଡକ୍ଟର ସୁନିଲ ଶର୍ମା ପ୍ରମୁଖ ସହଯୋଗ କରିଥିଲେ। ରାଜ୍ୟ ସରକାର ଜଣେ ମନ୍ତ୍ରୀ ବିଶ୍ୱାସର ସହ ସରକାରୀ ହସ୍ପିଟାଲକୁ ଗୁରୁତ୍ଵ ଦେଇ ନିଜେ ଚିକିତ୍ସିତ ହୋଇ ଥିବାରୁ ଜନସାଧାରଣଙ୍କ ମଧ୍ୟରେ ଭିମସାର ହସ୍ପିଟାଲ୍ ଉପରେ ବିଶ୍ୱାସ ଜନ୍ମିଛି।ମନ୍ତ୍ରୀ ଶ୍ରୀ ନାଏକ, ଭିମସାର ନିର୍ଦ୍ଦେଶକ, ଅଧ୍ୟକ୍ଷ, ଅଧିକ୍ଷକ ଏବଂ ପୂର୍ବତନ ନଗରପାଳ ବିଷ୍ଣୁ ପ୍ରସାଦ ରକ୍ଷିତ ପ୍ରମୁଖ କିପରି ଭାବରେ ହସ୍ପିଟାଲରେ ସମସ୍ତ ରୋଗୀ ଉପଯୁକ୍ତ ସେବା ପାଇ ପାରିବେ ସେ ବିଷୟରେ ଆଲୋଚନା କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories