www.samajalive.in
Monday, December 15, 2025
24.1 C
Bhubaneswar

ଚିକିତ୍ସାରେ ଅର୍ଥ ବାଧକ, ସହାୟତା ଲୋଡ଼ିଲେ କର୍କଟ ଆକ୍ରାନ୍ତ

ପାଟଣା: କର୍କଟ ଆକ୍ରାନ୍ତଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ଅଭାବ ଅନଟକରେ ପରିବାର ଚଳୁଥିବାରୁ ଟଙ୍କା ଖର୍ଚ୍ଚ କରି ଚିକିତ୍ସା କରିବା ସମ୍ଭବ ହେଉନାହିଁ। ସରକାରୀ ଯୋଜନାର ସୁବିଧା ବି ମିଳିପାରୁ ନାହିଁ। ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ସାହାରପଡା ପଞ୍ଚାୟତର ଗୋରାଣ୍ଡିଯୋଡ଼ି ଗାଁର ପୂର୍ଣ୍ଣମୀ ମାଟିଆ। ଅନେକ ଦିନ ଧରି ସେ କର୍କଟ ରୋଗରେ ଆକ୍ରାନ୍ତ ହେଲେଣି। କିନ୍ତୁ ଉପଯୁକ୍ତ ଚିକିତ୍ସା ଅଭାବରୁ ସେ ଜୀବନ ସହିତ ସଂଘର୍ଷ କରୁଛନ୍ତି।

ସୂଚନା ଅନୁସାରେ, ପୂର୍ଣ୍ଣମୀଙ୍କ ସ୍ବାମୀ ସୁଦନ ମାଟିଆଙ୍କର ପ୍ରାୟ ୧୦ ବର୍ଷରୁ ଅଧିକ ହେବ ଦେହାନ୍ତ ହୋଇଯାଇଛି। ପରେ ସାବତ ପୁଅ ଶ୍ରୀକାନ୍ତ ମାଟିଆ ପୂର୍ଣ୍ଣମୀଙ୍କ ଦେଖାରେଖା କରିଆସୁଛନ୍ତି। ପୂର୍ଣ୍ଣମୀଙ୍କ ଗୋଡ଼ରେ କୌଣସି କାରଣରୁ କ୍ଷତ ସୃଷ୍ଟି ହୋଇଥିଲା। ପ୍ରଥମେ ସେ କରଞ୍ଜିଆ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ହେଲେ କୌଣସି ସୁଫଳ ମିଳିପାରି ନ ଥିଲା । ପୂର୍ଣ୍ଣମୀଙ୍କ ସେହି ଛୋଟିଆ କ୍ଷତ ଏବେ କର୍କଟ ରୋଗର କାରଣ ପାଲଟିଛି। ପୂର୍ଣ୍ଣମୀ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି। କରଞ୍ଜିଆ ଡାକ୍ତରଖାନା ପକ୍ଷରୁ ପୂର୍ଣ୍ଣମୀଙ୍କୁ କଟକ ବଡ଼ ଡ଼ାକ୍ତରଖାନା ଯାଇ ଚିକିତ୍ସିତ ହେବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ଅର୍ଥ ଅଭାବରୁ ବଡ଼ ଡ଼ାକ୍ତରଖାନାକୁ ନ ନେଇ ଏବେ ଘରେ ସେବା କରୁଛନ୍ତି ସାବତ ପୁଅ ଶ୍ରୀକାନ୍ତ। ସରକାରୀ ସ୍ତରରେ ଚିକିତ୍ସା ପାଇଁ ସହାୟତା ଲୋଡ଼ିଛନ୍ତି ତାଙ୍କ ପରିବାର।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories