ଛତ୍ରପୁର: ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଚଳିତ ବର୍ଷ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଛି। ଏହି ଅବସରରେ ଏହାକୁ ବ୍ୟାପକ ଭାବେ ପାଳନ କରାଯାଉଛି। ଏ ବର୍ଷ ଯୋଗ ଦିବସ ପାଳନର ଥିମ୍ ରହିଛି ନିଜ ଓ ସମାଜ ପାଇଁ ଯୋଗ(ୟୋଗା ଫର ସେଲ୍ଫ୍ ଆଣ୍ଡ ସୋସାଇଟି)। ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ଉପଯୋଗିତା ସଂପର୍କରେ ଜାଣି ଏହାକୁ ଦୈନନ୍ଦିନ ଅଭ୍ୟାସ ଭାବରେ ଗ୍ରହଣ କରିବା ପାଇଁ ସଂକଳ୍ପ ନେବା ଏବଂ ଏକ ସୁସ୍ଥ ଜୀବନ ଶୈଳୀ ପାଇଁ ଯୋଗର ଆବଶ୍ୟକତା ସଂପର୍କରେ ଜନ ସାଧାରଣଙ୍କୁ ଉତ୍ସାହିତ କରିବା ଏହି ଯୋଗ ଦିବସ ପାଳନର ଉଦ୍ଦେଶ୍ୟ। ଏହି ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି। ଛତ୍ରପୁର ପୁଲିସ ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଦିଵ୍ୟଜ୍ୟୋତି ପରିଡା, ଛତ୍ରପୁର ପୌରପାଳିକା ଅଧକ୍ଷ୍ୟ ସମିଷ୍ଠା ପ୍ରଧାନଙ୍କ ସମେତ ପ୍ରଶାସନିକ ଅଧିକାରୀ ବହୁ ବ୍ୟକ୍ତିବିଶେଷ, ଛାତ୍ରଛାତ୍ରୀ, ଯୁବ ବର୍ଗ, ମହିଳା, ସରକାରୀ ପଦାଧିକାରୀ ଏବଂ ସାଧାରଣ ଜନତା ଅଂଶଗ୍ରହଣ କରିଥିଲେ।
Popular Categories



