www.samajalive.in
Saturday, December 6, 2025
23.1 C
Bhubaneswar

ଚିକିତ୍ସାରେ ଅର୍ଥ ବାଧକ, ସହାୟତା ଲୋଡ଼ିଲେ କର୍କଟ ଆକ୍ରାନ୍ତ

ପାଟଣା: କର୍କଟ ଆକ୍ରାନ୍ତଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ଅଭାବ ଅନଟକରେ ପରିବାର ଚଳୁଥିବାରୁ ଟଙ୍କା ଖର୍ଚ୍ଚ କରି ଚିକିତ୍ସା କରିବା ସମ୍ଭବ ହେଉନାହିଁ। ସରକାରୀ ଯୋଜନାର ସୁବିଧା ବି ମିଳିପାରୁ ନାହିଁ। ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ସାହାରପଡା ପଞ୍ଚାୟତର ଗୋରାଣ୍ଡିଯୋଡ଼ି ଗାଁର ପୂର୍ଣ୍ଣମୀ ମାଟିଆ। ଅନେକ ଦିନ ଧରି ସେ କର୍କଟ ରୋଗରେ ଆକ୍ରାନ୍ତ ହେଲେଣି। କିନ୍ତୁ ଉପଯୁକ୍ତ ଚିକିତ୍ସା ଅଭାବରୁ ସେ ଜୀବନ ସହିତ ସଂଘର୍ଷ କରୁଛନ୍ତି।

ସୂଚନା ଅନୁସାରେ, ପୂର୍ଣ୍ଣମୀଙ୍କ ସ୍ବାମୀ ସୁଦନ ମାଟିଆଙ୍କର ପ୍ରାୟ ୧୦ ବର୍ଷରୁ ଅଧିକ ହେବ ଦେହାନ୍ତ ହୋଇଯାଇଛି। ପରେ ସାବତ ପୁଅ ଶ୍ରୀକାନ୍ତ ମାଟିଆ ପୂର୍ଣ୍ଣମୀଙ୍କ ଦେଖାରେଖା କରିଆସୁଛନ୍ତି। ପୂର୍ଣ୍ଣମୀଙ୍କ ଗୋଡ଼ରେ କୌଣସି କାରଣରୁ କ୍ଷତ ସୃଷ୍ଟି ହୋଇଥିଲା। ପ୍ରଥମେ ସେ କରଞ୍ଜିଆ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ହେଲେ କୌଣସି ସୁଫଳ ମିଳିପାରି ନ ଥିଲା । ପୂର୍ଣ୍ଣମୀଙ୍କ ସେହି ଛୋଟିଆ କ୍ଷତ ଏବେ କର୍କଟ ରୋଗର କାରଣ ପାଲଟିଛି। ପୂର୍ଣ୍ଣମୀ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି। କରଞ୍ଜିଆ ଡାକ୍ତରଖାନା ପକ୍ଷରୁ ପୂର୍ଣ୍ଣମୀଙ୍କୁ କଟକ ବଡ଼ ଡ଼ାକ୍ତରଖାନା ଯାଇ ଚିକିତ୍ସିତ ହେବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ଅର୍ଥ ଅଭାବରୁ ବଡ଼ ଡ଼ାକ୍ତରଖାନାକୁ ନ ନେଇ ଏବେ ଘରେ ସେବା କରୁଛନ୍ତି ସାବତ ପୁଅ ଶ୍ରୀକାନ୍ତ। ସରକାରୀ ସ୍ତରରେ ଚିକିତ୍ସା ପାଇଁ ସହାୟତା ଲୋଡ଼ିଛନ୍ତି ତାଙ୍କ ପରିବାର।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories