www.samajalive.in
Monday, December 8, 2025
16.1 C
Bhubaneswar

ମିଶନ ଶକ୍ତି ଗୋଟିଏ ମାଇକ୍ରୋ ସରକାର- ପ୍ରଭାତି ପରିଡା

ଭୁବନେଶ୍ୱର: ନୂଆ ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ ପରେ ବିଭାଗୀୟ ମନ୍ତ୍ରୀମାନେ ସମୀକ୍ଷା କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂହଦେଓ କୃଷି ଭବନରେ ବୁଲିବା ସହ ବିଭାଗର ସମସ୍ତ ମୁଖ୍ୟଙ୍କ ସହ ବୈଠକ କରିଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ମିଶନ ଶକ୍ତି ବିଭାଗର ସମୀକ୍ଷା କରିଛନ୍ତି। ପୋଖରୀପୁଟ ସ୍ଥିତ ମିଶନ ଶକ୍ତି ଭବନରେ ପହଞ୍ଚି ବିଭାଗୀୟ ସଚିବ ସାଲିନୀ ପଣ୍ଡିତ ଏବଂ ମିଶନ ଶକ୍ତି ନିର୍ଦ୍ଦେଶିକ ବିନୀତ ଭରଦ୍ୱାଜଙ୍କ ସହ ଆଲୋଚନା କରିଛନ୍ତି। ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପ୍ରଭାତି ପରିଡା କହିଛନ୍ତି ଯେ ମିଶନ ଶକ୍ତି ଗୋଟିଏ ମାଇକ୍ରୋ ସରକାର। ମିଶନ ଶକ୍ତି ଯଦି ଠିକ୍‌‌ ଜାଗାରେ ପହଞ୍ଚିବ ବିକଶିତ ଓଡ଼ିଶାର ସ୍ୱରୂପ ହେବ। ଓଡ଼ିଶାର ଅର୍ଥନୀତି, ସାମାଜିକ ସ୍ଥିତି, ମହିଳାଙ୍କ ଅବସ୍ଥିତିର ଦ୍ରୁତ ଗତିରେ ବିକାଶ ହେବ ଶହେ ଦିନ ଭିତରେ ଏହା ଦେଖିପାରିବେ। ସେପଟେ କ୍ରୀଡାମନ୍ତ୍ରୀ ଭାବେ ସୂର୍ଯ୍ୟବଂଶୀ ସୁରଜ ଦାୟିତ୍ୱ ନେବା ପରେ କ୍ରୀଡା ବିଭାଗର ସମୀକ୍ଷା କରିଛନ୍ତି। ବୈଠକରେ କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା, ପ୍ରମୁଖ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories