www.samajalive.in
Monday, December 15, 2025
24.1 C
Bhubaneswar

ରେପୋ ରେଟ୍‌‌ ଅପରିବର୍ତ୍ତିତ ରଖିଲା ଆରବିଆଇ, କମିବନି ଋଣ କିସ୍ତି

ସମାଜ ଡିଜିଟାଲ ଡେସ୍କ: ରେପୋରେଟ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)। ଚଳିତ ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଫଳରେ ରେପୋରେଟ୍‌‌ ପୂର୍ବପରି ୬.୫ ପ୍ରତିଶତ ରହିବ। ରେପୋରେଟ୍‌‌ ସହିତ ବ୍ୟାଙ୍କ ଇଏମଆଇର ସମ୍ପର୍କ ରହିଥିବାରୁ ବିଭିନ୍ନ ଋଣ ଉପରେ ସୁଧ ହାର ମଧ୍ୟ ପୂର୍ବପରି ଅପରିବର୍ତ୍ତିତ ରହିବ। ଯାହା ଦ୍ୱାରା ମାସିକ କିସ୍ତିରେ କୌଣସି ହ୍ରାସ ହେବ ନାହିଁ।

ସେହିପରି ୨୦୨୫ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି। ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ଅଧିକ। ଗତ ଆର୍ଥିକ ବର୍ଷରେ ଏହା ୭ ପ୍ରତିଶତ ରହିଥିଲା। ଏହା ବ୍ୟତୀତ ମୁଦ୍ରାସ୍ଫୀତି ହାର ୪ ପ୍ରତିଶତକୁ ଫେରାଇ ଆଣିବା ଲାଗି ଆରବିଆଇ ପ୍ରତିଶ୍ରୁତିବଦ୍ଧ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି।

- Advertisement -

ନିର୍ବାଚନ ଶେଷ ହେବା ପରେ ପ୍ରଥମ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ମୁଦ୍ରା ନୀତି କମିଟି (ଏମପିସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୁନ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ଏହି ବୈଠକ ଚାଲିଥିଲା। ନିର୍ବାଚନ ପରେ ରେପୋରେଟ୍‌‌ କମିପାରେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ତାହାକୁ ୬.୫ ପ୍ରତିଶତରେ ସ୍ଥିର ରଖାଯାଇଛି। ୨୦୨୩ ଫେବୃୟାରୀରେ ଆରବିଆଇ ପକ୍ଷରୁ ରେପୋରେଟ୍‌‌ ୨୫୦ ବେସିସ ପଏଣ୍ଟ ବୃଦ୍ଧି କରାଯାଇ ୬.୫ ପ୍ରତିଶତ ଧାର୍ଯ୍ୟ ହୋଇଥିଲା। ସେବେଠାରୁ ତାହା ଅପରିବର୍ତ୍ତିତ ରହିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories