ରାଉରକେଲାରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ପହଁଚିଲେ ଡାକ୍ତରୀ ଟିମ୍
ଡ଼େସ୍କ: ରାଉରକେଲାରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଥିବା ଜଣାପଡିଛି। ଅତିରିକ୍ତ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଦୁଇ ଦିନରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ୧୮ ଜଣଙ୍କ ମଧ୍ୟରୁ ଡାକ୍ତରଖାନା ଆସିବା ପୂର୍ବରୁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୧୦ ଜଣଙ୍କ ମଧ୍ୟରୁ ସରକାରୀ ହସ୍ପିଟାଲରେ ୫ ଓ ଘରୋଇ ହସ୍ପିଟାଲରେ ୫ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।
ଏବେ ବିଭିନ୍ନ ଡାକ୍ତରଖାନାରେ ୩୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି। ସ୍ଥିତିର ସମୀକ୍ଷା କରିବା ପାଇଁ ଭୁବନେଶ୍ୱରରୁ ତିନି ଜଣିଆ ଡାକ୍ତରୀ ଟିମ୍ ଆଜି ରାଉରକେଲାରେ ପହଂଚିଛନ୍ତି। ଏଭଳି ମୃତ୍ୟୁର ଶିକାର ହୋଇଥିବା ଅନେକ ରୋଗୀଙ୍କ ନାକରୁ ରକ୍ତ ବାହାରିଥିବା ବେଳେ କେତେକଙ୍କ ପାଟିରୁ ଫେଣ ବାହାରୁ ଥିଲା ବୋଲି ଜଣାପଡିଛି। ଅନ୍ୟ କେତେକ ଝାଡ଼ାବାନ୍ତିର ଶିକାର ହୋଇଥିଲେ।
ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ – ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬% ମତଦାନ
Comments are closed.