www.samajalive.in
Thursday, December 11, 2025
18.1 C
Bhubaneswar

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ – ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬% ମତଦାନ

ଡେସ୍କ: ଆଜି ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ଚାଲିଥିବା ବେଳେ ରାଜ୍ୟର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଶେଷ ହେବାକୁ ଯାଉଛି। ୮ଟି ଜିଲ୍ଲାର ଭୋଟରମାନେ ୬ଟି ଲୋକସଭା ଆସନ କେନ୍ଦ୍ରାପଡ଼ା, ଭଦ୍ରକ, ଜଗତ୍‌‌ସିଂହପୁର, ମୟୂରଭଞ୍ଜ, ବାଲେଶ୍ୱର ଓ ଯାଜପୁର ଏବଂ ଏହି ଆସନ ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ ଦେଉଛନ୍ତି। ରାଜ୍ୟର ଅବଶିଷ୍ଟ ୬ଟି ଲୋକସଭା ଆସନ ପାଇଁ ୬୬ ଜଣ ପ୍ରାର୍ଥୀ ଓ ୪୨ଟି ବିଧାନସଭା ଆସନ ପାଇଁ ୪୯୪ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆଜି ମୋଟ ୧୦ ହଜାର ୮୮୨ଟି ମତଦାନ କେନ୍ଦ୍ରରେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି।

ରାଜ୍ୟରେ ୪୯୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା – ଅପରାହ୍ନ ୩ଟା ସୁଦ୍ଧା ୪୯.୭୭% ମତଦାନ

- Advertisement -

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ରାଜ୍ୟ ପ୍ରଶାସନ ଓ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପୁରୀ ବାଣ ବିସ୍ଫୋରଣ ଜନିତ ଅଗ୍ନିକାଣ୍ଡ ଘଟଣା – ଜୁନ ୫ରେ ବସିବ ତଦନ୍ତ କମିଟି ବୈଠକ

ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୨.୪୬% ମତଦାନ ହୋଇଛି। ସେହିପରି ବାଲେଶ୍ୱରରେ ୬୧.୯୧%, ଭଦ୍ରକରେ ୫୮.୨୧%, ଜଗତ୍‌‌ସିଂହପୁରରେ ୬୫.୯୩%, ଯାଜପୁରରେ ୬୨.୯୨%, କେନ୍ଦ୍ରାପଡ଼ାରେ ୬୨.୦୨% ଓ ମୟୂରଭଞ୍ଜରେ ୬୪.୧୭% ଭୋଟ୍‌‌ଗ୍ରହଣ ହୋଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories