www.samajalive.in
Saturday, December 13, 2025
27.1 C
Bhubaneswar

ବିଷମକଟକ ବସ୍‌ଷ୍ଟାଣ୍ଡରେ ଅଘଟଣ, ଜଳିଗଲା ୪ଟି ବସ

ରାୟଗଡ଼ା: ବସଷ୍ଟାଣ୍ଡରେ ଠିଆ ହୋଇଥିବା ଗୋଟିଏ ବସରେ ହଠାତ ଲାଗିଗଲା ନିଆଁ। ଏହାପରେ ଚାହୁଁଚାହୁଁ ଅନ୍ୟ ୩ଟି ବସକୁ ନିଆଁ ବ୍ୟାପୀଯାଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ମିଳିଥିବା ସୂଚନା ଅନୁସାରେ ରାୟଗଡ଼ା ଜିଲା ବିଷମକଟକ ସଦର ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ବସ୍‌ଷ୍ଟାଣ୍ଡରେ ୪ଟି ବସ ଜଳିଯାଇଥିଲା। ଏହି ୪ଟି ବସ ଗୋଟିଏ ସ୍ଥାନରେ ଠିଆ ହୋଇଥିବାବେଳେ ନିଆଁ ଲାଗିଥିଲା। ସମସ୍ତ ୪ଟି ବସ ଜଣେ ମାଲିକଙ୍କର ବୋଲି ସୂଚନା ମିଳିଛି। ତେବେ ଏହି ୪ଟି ବସରେ ନିଆଁ କିପରି ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଛି। ଅପରପକ୍ଷରେ ଅଗ୍ନିକାଣ୍ଡ ସମୟରେ ବସ ଭିତରେ କେହି ନ ଥିବା ଜଣାପଡ଼ିଛି। ତେଣୁ କେହି ମୃତାହତ ହୋଇନାହାନ୍ତି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଦୁର୍ବୃତ୍ତ ବସ୍‌ଗୁଡ଼ିକରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories