www.samajalive.in
Tuesday, December 9, 2025
16.1 C
Bhubaneswar

ରକ୍ତ ଅଭାବରୁ କେହି ମୃତ୍ୟୁ ବରଣ ନ କରନ୍ତୁ, ଗୁଣୁପୁର ପୋଲିସର ଏକ ଭିନ୍ନ ପ୍ରୟାସ

ଗୁଣୁପୁର : ରାୟଗଡା ଜିଲା ଗୁଣୁପୁର ପୋଲିସର ମହାନତା ଦେଖିବାକୁ ମିଳିଛି । ରକ୍ତ ଅଭାବରୁ କାହାର ଯେମିତି ମୃତ୍ୟୁ  ନ ଘଟୁ, ସେଥି ପ୍ରତି ଦୃଷ୍ଟି ଦେଇ ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛି ଗୁଣୁପୁର ଆଦର୍ଶ ଥାନା। ରାୟଗଡା ଜିଲା ଗୁଣୁପୁର ଉପଖଣ୍ଡ ଚିକିଛାଳୟ ପରିସରରେ ରହିଛି ରକ୍ତ ଭଣ୍ଡାର। କିନ୍ତୁ ଏହି ରକ୍ତ ଭଣ୍ଡାରରେ ରକ୍ତର ଅଭାବ ରହିଛି, ଫଳରେ ଗୁଣୁପୁର ଉପଖଣ୍ଡ ଚିକିଛାଳୟ ଉପରେ ନିର୍ଭର କରୁଥିବା ରୋଗୀ ତଥା ସମ୍ପର୍କୀୟଙ୍କୁ ଆବଶ୍ୟକୀୟ ରକ୍ତ ପାଇଁ ନାନା ଅସୁବିଧାର ସମୁଖୀନ ହେବାକୁ ପଡୁଛି।
ତେଣୁ ରକ୍ତ ଅଭାବରେ କାହାର ଯେମିତି ମୃତ୍ୟୁ  ନ ଘଟୁ ଏହି ମହତ ଉଦେଶ୍ୟ ରଖି ଗୁଣୁପୁର ପୋଲିସ ସହରରେ ପ୍ରଥମ ଥର ପାଇଁ ସ୍ଥାନୀୟ ଟାଉନ ହଲ ପରିସରରେ ଆରମ୍ଭ କରିଛି ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର । ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିରକୁ ଗୁଣୁପୁର ଏସଡିପିଓ ବାବୁଲି ନାୟକ ମୁଖ୍ୟ ଅତିଥି ଭାବେ ଯୋଗେ ଦେଇ ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉଚ୍ଛାହୀତ କରିଥିଲେ। ଏହି ରକ୍ତଦାନ ଶିବିରରେ  ଗୁଣୁପୁର ଉପଖଣ୍ଡ ଚିକିଛାଳୟର ରକ୍ତ ଭଣ୍ଡାରର ଅଧିକାରୀମାନେ ଉପସ୍ଥିତ ରହି ରକ୍ତ ସଂଗୃହୀତ କରିଥିବା ବେଳେ ଗୁଣୁପୁର ଥାନାର ପୋଲିସ କର୍ମଚାରୀ, ସହରର ଯୁବ ପୀଡ଼ି , ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଓ ବିଭିନ୍ନ ସଂଘଠନର ବ୍ୟକ୍ତି ବିଶେଷମାନେ ଯୋଗ ଦେଇ ରକ୍ତ ଦାନ କରିଥିଲେ। ଉକ୍ତ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିରରୁ ୧୦୦ ୟୁନିଟ ରକ୍ତ ସଂଗୃହିତ କରିବା ପାଇଁ ଗୁଣୁପୁର ପୁଲିସ ଲକ୍ଷ୍ୟ  ରଖିଛି ।
ରକ୍ତ ଦାନ ଏକ ମହତ ଦାନ,  ତେଣୁ ସମସ୍ତେ ସଚେତନ ହୋଇ ରକ୍ତ ଦାନ କରିବା ଆବଶ୍ୟକ ରହିଛି। ଆଗାମୀ ଦିନରେ ଏହି ଭଳି ମହତ କାମ  ଗୁଣୁପୁର ଉପଖଣ୍ଡର ବିଭିନ୍ନ ଥାନାରେ ମଧ୍ୟ ଆରମ୍ଭ ହେବ ବୋଲି  ଗୁଣୁପୁର ଏସଡିପିଓ ବାବୁଲି ନାୟକ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories