ସିବିଏସଇ ଦଶମରେ ଜିଲା ଟପ୍ପର ପ୍ରିୟଦର୍ଶିନୀ

କନ୍ଧମାଳ: ନିକଟରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବାବେଳେ କନ୍ଧମାଳ ଜିଲାର ଫୁଲବାଣୀ ସଦର ମହକୁମା ପବ୍ଲିକ ସ୍କୁଲ ଛାତ୍ରୀ ପ୍ରିୟଦର୍ଶିନୀ ବେହେରା ସର୍ବମୋଟ ୪୮୫ ମାର୍କ ଶତକଡା ୯୭ ପ୍ରତିଶତ ନମ୍ବର ରଖି ଜିଲା ଟପ୍ପର ହୋଇଛନ୍ତି ।  ତାଙ୍କର ବାପା ମଦନମୋହନ ବେହେରା ଜଣେ ଶିକ୍ଷକ ଭାବେ ଆରନୂଆଁ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ। ଏହି ସଫଳତା ବାପା ମଦନ ମୋହନ ବେହେରା ମାତା ସୈାଦାମିନୀ ଦିଗାଲଙ୍କ ପ୍ରଚେଷ୍ଟା ଓ ଶିକ୍ଷକ ମାନଙ୍କର ଆଶୀର୍ବାଦ ଏବଂ ପ୍ରିୟଦର୍ଶିନୀର ଅକ୍ଲାନ୍ତ ପରିଶ୍ରମର ଫଳ ମିଳିଛି ବୋଲି ସୂଚନା ପ୍ରଦାନ କରିଛନ୍ତି । ତାଙ୍କର ପ୍ରକୃତ ଗ୍ରାମ ଖଜୁରୀପଡା ପଞ୍ଚାୟତ ନେଡ୍ରିଖୋଲ ଗ୍ରାମର ହୋଇଥିବାବେଳେ ବର୍ତ୍ତମାନ ଫୁଲବାଣୀ ନିକଟସ୍ଥ ଚନ୍ଦନ ନଗରରେ ରହୁଛନ୍ତି । ପରୀକ୍ଷାରେ ଜିଲ୍ଲା ଟପ୍ପର ହୋଇ କୃତକାର୍ଯ୍ୟ ହୋଇଥିବାରୁ  ଶିକ୍ଷକ ତଥା ଅଞ୍ଚଳର ବିଭିନ୍ନ ମହଲରୁ ଭବିଷ୍ୟତ ଉଜ୍ଜ୍ବଳ ମୟ କାମନା କରି ଶୁଭେଚ୍ଛା ଜଣାଇଛନ୍ତି । ଭବିଷ୍ୟତରେ ଆଇଏଏସ୍ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

Comments are closed.