www.samajalive.in
Tuesday, December 9, 2025
15.1 C
Bhubaneswar

ରାଜସ୍ଥାନ ଖଣି ଭୁଶୁଡ଼ିବା ଘଟଣା – ସମସ୍ତ ୧୫ ଅଧିକାରୀ ଉଦ୍ଧାର, ଜଣେ ମୃତ

ଡେସ୍କ: ରାଜସ୍ଥାନର ନିମ କା ଥାନା ଜିଲ୍ଲାର କୋଲିହାନ ଖଣିରେ ମଙ୍ଗଳବାର ରାତିରୁ ଲିଫ୍ଟ ଭୁଶୁଡ଼ି ପଡ଼ିବା ପରେ ଫସି ରହିଥିବା ହିନ୍ଦୁସ୍ତାନ କପର ଲିମିଟେଡର ସମସ୍ତ ୧୫ ଜଣ ଅଧିକାରୀଙ୍କୁ ବୁଧବାର ସୁରକ୍ଷିତ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

ନିମ କା ଥାନା ଜିଲ୍ଲାପାଳ ଶରଦ ମେହେରା କହିଛନ୍ତି ଯେ ଉଦ୍ଧାର ହୋଇଥିବା ୧୪ ଜଣଙ୍କୁ ଚିକିତ୍ସା ପାଇଁ ଜୟପୁରର ଏସଏମଏସ ହସ୍ପିଟାଲକୁ ପଠାଯାଇଥିଲା ଏବଂ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା ଥିବାରୁ ପରୀକ୍ଷା ପାଇଁ ଏକ କମ୍ପାନୀ ହସ୍ପିଟାଲକୁ ନିଆଯାଇଥିଲା।

ପାଣି ପିଇବା ସମୟରେ ହାତୀ ଶୁଣ୍ଢକୁ ଭିଡି ଧରିଲା କୁମ୍ଭୀର, ଆଉ ତା ପରେ…

- Advertisement -

ହିନ୍ଦୁସ୍ତାନ କପର ଲିମିଟେଡ୍ ନାମକ ରାଷ୍ଟ୍ରାୟତ୍ତ କମ୍ପାନିର ୧୫ ଜଣ କର୍ମଚାରୀ ମଙ୍ଗଳବାର ରାତିରେ କୋଲିହାନ୍ ଖଣିରେ ଫସି ଯାଇଥିଲେ। କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ପିଞ୍ଜରାର ଦଉଡ଼ି ଛିଡି ଯିବାରୁ ତଳକୁ ଖସି ପଡ଼ିଥିଲା। ସରକାରୀ କମ୍ପାନିର ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଭିଜିଲାନ୍ସ ଟିମ୍ ଖଣି ଭିତରକୁ ଯାଞ୍ଚ ପାଇଁ ଯାଇଥିଲେ। ତେବେ ସେମାନେ ଉପରକୁ ଆସିବାକୁ ଯାଉଥିବା ବେଳେ ପିଞ୍ଜରା ଝୁଲିଥିବା ଦଉଡ଼ି ଛିଡି ଯିବାରୁ ଏହା ଭୁଶୁଡ଼ି ପଡ଼ିଥିଲା ଓ କର୍ମଚାରୀମାନେ ଶହ ଶହ ଫୁଟ ଗଭୀରତାରେ ଫସି ରହିଥିଲେ।

୧୭ରେ ଓଡିଶା ଆସିବେ ହେମାମାଳିନୀ ; ଏହି ସ୍ଥାନରେ କରିବେ ପ୍ରଚାର..

ଫସି ରହିଥିବା ଲୋକଙ୍କ ମଧ୍ୟରୁ ପ୍ରଥମ ରାଉଣ୍ଡରେ ହଂସରାଜ, ଏକେ ଶର୍ମା ଓ ପ୍ରୀତମ ନାମକ ତିନି ଜଣ ଅଧିକାରୀଙ୍କୁ ଉଦ୍ଧାର କରାଯାଇ ଖଣିରୁ ବାହାରକୁ ନିଆଯାଇଥିଲା। ଦ୍ବିତୀୟ ରାଉଣ୍ଡରେ ଜିଡି ଗୁପ୍ତା, ବନେନ୍ଦୁ ଭଣ୍ଡାରୀ, ଏକେ ବୋହରା, ନିରଞ୍ଜନ ସାହୁ ଓ ଭାଗୀରଥ ଏବଂ ତୃତୀୟ ରାଉଣ୍ଡରେ ରମେଶ ନାରାୟଣ ସିଂହ ଓ କରଣ ସିଂହ ବୋହରା ଉଦ୍ଧାର ହୋଇଥିଲେ।

ଗଞ୍ଜାମକୁ ଦେଶର ୧ ନମ୍ବର ଜିଲ୍ଲା କରିବ ବିଜେପି – ଅମିତ ଶାହା

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories