www.samajalive.in
Sunday, December 7, 2025
26.1 C
Bhubaneswar

ଆଗାମୀ ୫ ବର୍ଷରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’: ରାଜନାଥ

ତିରୁପତି: ଏନଡିଏ ପୁଣି ଥରେ ସରକାର ଗଢ଼ିଲେ ଆଗାମୀ ୫ ବର୍ଷ ମଧ୍ୟରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ନୀତି କାର୍ଯ୍ୟକାରୀ ହେବ। ଆନ୍ଧ୍ରପ୍ରଦେଶର ତିରୁପତିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଦଳୀୟ ପ୍ରଚାର ସଭାରେ ଯୋଗଦେବା ଅବସରରେ ଏହା ଘୋଷଣା କରିଛନ୍ତି।

ରାଜନାଥ କହିଥିଲେ, ଆନ୍ଧ୍ରପ୍ରଦେଶରେ ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ଏକ ସମୟରେ ହେଉଛି। ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ନେଇ ଦେଇଥିବା ପ୍ରତିଶ୍ରୁତିକୁ ଆମେ​‌ ସାରା ଦେଶରେ ଆଗାମୀ ୫ବର୍ଷ ମଧ୍ୟରେ ପାଳନ କରିବୁ। ଏହା ଦ୍ବାରା ବହୁ ସମୟ ଏବଂ ଶକ୍ତି ସଞ୍ଚୟ ହେବ। ଏହି ଅବସରରେ ସେ ଅଭିଯୋଗ କରିଥିଲେ ଯେ, ୱାଇଏସଆର କଂଗ୍ରେସ ପାର୍ଟି ଆନ୍ଧ୍ରପ୍ରଦେଶକୁ ଋଣଭାରରେ ବୁଡ଼ାଇ ସାରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ଋଣ ଭାରତ ୧୩.୫ ଲକ୍ଷ କୋଟିରେ ପହଞ୍ଚିଛି। ସରକାରରେ ଦୁର୍ନୀତି ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଦୁର୍ନୀତି ହଟାଇବା ପାଇଁ ବିଜେପି ଆନ୍ଧ୍ରପ୍ରଦେଶରେ ଟିଡିପି ଏବଂ ଜନ ସେନା ସହିତ ମେଣ୍ଟ କରି ନିର୍ବାଚନକୁ ଓହ୍ଲାଇଛି ବୋଲି ରାଜନାଥ କହିଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories