କଣ୍ଟାବାଞ୍ଜି : ନୂଆ ଦିଲ୍ଲୀ ସ୍ଥିତ ସଂସଦ ଭବନରେ ଯୁବ ସଂସଦ ପ୍ରତିଯୋଗିତାରେ ଏକ ଦେଶ ଏକ ନିର୍ବାଚନ ତର୍କରେ କଣ୍ଟାବାଞ୍ଜିର ଏନ୍ ହରିଶଙ୍କର ଦୋରା ଓ ଏନ୍ ରାଜେଶ୍ୱରୀ ଦୋରାଙ୍କ ସୂପୁତ୍ରି ଏନ୍ ଜାହ୍ନବୀ ଦୋରା ଓଜସ୍ଵିନି ତର୍କ ଉପସ୍ଥାପନ କରି ସଚିବ ଯୁବ ବ୍ୟାପାର ଭାରତ ସରକାରଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ସେ ପୂର୍ବରୁ ଓଡ଼ିଶା ବିଧାନସଭାରେ ହୋଇଥିବା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କର ମାତା ପିତା, ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜିର ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ, ଅର୍ଥଶାସ୍ତ୍ର ବିଭାଗ ମୁଖ୍ୟ ସୁନନ୍ଦା ରଥ ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ଶ୍ରେୟ ଦେଇଛନ୍ତି ।
Popular Categories



