www.samajalive.in
Sunday, December 14, 2025
26.1 C
Bhubaneswar

ମାଲେସିଆରେ ବାଉଁଶ ହସ୍ତଶିଳ୍ପ କର୍ମଶାଳାରେ ଓଡ଼ିଆ ଶିଳ୍ପୀଙ୍କ ଯୋଗଦାନ 

କଳାପଥର(ବାଙ୍କୀ): ମାଲେଏସିଆ ଦେଶର ନେତାଜୀ ସୁବାସ ଚନ୍ଦ୍ର ବୋଷ ଭାରତୀୟ ସଂସ୍କୃତି କେନ୍ଦ୍ର କ୍ୱାଲାଲମପୁର ଠାରେ ଆୟୋଜିତ ସୌର କଳା ଏବଂ ବାଉଁଶ ହସ୍ତଶୀଳ୍ପ କର୍ମଶାଳାରେ ଓଡ଼ିଆ ପୁଅ ତଥା ବାଙ୍କୀର ବାଉଁଶ ଓ ବେତଶିଳ୍ପୀ ଏକାଦଶୀ ବାରିକ ଯୋଗଦାନ କରି ବାଉଁଶ ଶୀଳ୍ପ ଉପରେ ସେଠାକାର ଛାତ୍ରଛାତ୍ରୀମାନଙ୍କୁ ବାଉଁଶ କଳାର ପାରମ୍ପରିକ ଶୀଳ୍ପ ଓ ବ୍ୟବହାର ଉପରେ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ଏହି କର୍ମଶାଳାକୁ ମାଲେଏସିଆ ଓଡ଼ିଆ ସଂଘ ଆନୁକୁଲ୍ୟରେ ସେଠାକାର ୪୫ଜଣ ସ୍କୁଲ ଛାତ୍ରଙ୍କ ସହିତ ୧୦୦ଜଣ ଶିଳ୍ପୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପାରମ୍ପରିକ ଆଦିବାସୀ କଳାକାର ପ୍ରଭାତ ମହାରଣା ଓ ବାଉଁଶ ଶିଳ୍ପ ଡିଜାଇନର୍ ପ୍ରିୟଦର୍ଶିନୀ ସାହୁ ଯୋଗଦାନ କରି ବାଉଁଶ କଳାକୃତ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମାଲେଏସିଆ ଓଡ଼ିଆ ସଂଘର ସତ୍ୟବ୍ରତ ନାୟକ, ସ୍ନିଗ୍ଧା ମିଶ୍ର, ହୃଦାନନ୍ଦ ପଟ୍ଟନାୟକ, ଉମେଶ ମହାରଣା ଓ ଦୀପକ ମନ୍ତ୍ରୀ ସହଯୋଗ କରିଥିଲେ । ବିଶେଷ କରି ଏହି କର୍ମଶାଳାରେ ସାଂସ୍କୃତି ଓ ପରିବେଶଗତ , ପାରମ୍ପରିକ ବାଉଁଶ ହସ୍ତଶିଳ୍ପ ଉପରେ ଶ୍ରୀ ବାରିକ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସେଠାକାର ଛାତ୍ରଛାତ୍ରୀ ଓ ଯୁବକମାନେ ଅଭ୍ୟାସ କଲେ ବାଉଁଶ ଶିଳ୍ପର ଚାହିଦା ବଢ଼ିବ ବୋଲି ଆୟୋଜକମାନେ କହିଥିଲେ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories