www.samajalive.in
Friday, December 5, 2025
23.1 C
Bhubaneswar

ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମନୋନୟନ, ୧୮ରେ ସରକାର ଗଠନ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଫେରିଥିବାବେଳେ ସରକାର ଗଠନ ବିଳମ୍ବିତ ହୋଇଛି। ବିଜେପି ସରକାରରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଦଳ ଚୂଡାନ୍ତ କରିପାରି ନାହିଁ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ସନ୍ଦେହ ଲାଗି ରହିଥିବାବେଳେ ସୋମବାର ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଏକ ସୂତ୍ରରୁ ଜଣାପଡିଛି। ଆଜି ମୁଖ୍ୟମନ୍ତ୍ରୀ ମନୋନୟନ କରାଯିବା ପରେ ମଙ୍ଗଳବାର ନୂଆ ସରକାର ଶପଥ ଗ୍ରହଣ କରିବ। ମୁଖ୍ୟମନ୍ତ୍ରୀ ସମେତ ସରକାରର ବିଭିନ୍ନ ବିଭାଗର ମନ୍ତ୍ରୀ ପଦରେ କେଉଁମାନେ ଅବସ୍ଥାପିତ ହେବେ ତାକୁ ନେଇ ବିଜେପିର ଉଚ୍ଚସ୍ତରରେ ବିଚାରବିମର୍ଶ ଜାରି ରହିଛି। ମାତ୍ର ଏ ସମ୍ପର୍କରେ କୌଣସି ନେତା କିଛି କହୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ପଦ ଲାଗି ପରଭେଶ ବର୍ମା, ଆଶି​‌ଷ ସୁଦ୍ ଓ ରେଖା ଗୁପ୍ତାଙ୍କ ନାମ ଚର୍ଚ୍ଚାରେ ରହିଛି। ପରଭେଶ ବର୍ମା ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ପରାସ୍ତ କରିଛନ୍ତି। ଆଶିଷ ସୁଦ୍ ଦିଲ୍ଲୀ ବିଜେପିର ସାଧାରଣ ସମ୍ପାଦକ, ରେଖା ଗୁପ୍ତା ପ୍ରମୁଖ ମହିଳା ନେତ୍ରୀ। ଏହା ବ୍ୟତୀତ ବିଜେନ୍ଦର ଗୁପ୍ତା, ସତୀଶ ଉପାଧ୍ୟାୟ ଓ ଜିତେନ୍ଦ୍ର ମହାଜନଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ରହିଛି। ଜିତେନ୍ଦ୍ର ମହାଜନ ଆରଏସଏସ୍‌ର ପ୍ରତିନିଧିତ୍ବ କରୁଛନ୍ତି। ସୂଚନା ଅନୁଯାୟୀ ମନ୍ତ୍ରୀ ପଦ ଲାଗି ୧୫ଜଣ ବିଧାୟକଙ୍କ ନାମ ସଂକ୍ଷିପ୍ତ ତାଲିକାରେ ରହିଛି। ନୂଆ ସରକାରରେ ଜଣେ ଉପ-ମୁଖ୍ୟମନ୍ତ୍ରୀ ରହିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ ପ୍ରମୁଖ ନେତାମାନେ ବୈଠକରେ ଏକତ୍ର ହୋଇ ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ଚୂଡାନ୍ତ କରିବେ। ଫେବୃଆରୀ ୮ରେ ଘୋଷିତ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଅନୁଯାୟୀ ବିଧାନସଭାର ମୋଟ ୭୦ ଆସନରୁ ବିଜେପି ୪୮ଟିରେ ବିଜୟୀ ହୋଇଛି। ଆମ୍ ଆଦମୀ ପାର୍ଟି ୨୨ଟିରେ ବିଜୟୀ ହୋଇଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories