www.samajalive.in
Saturday, December 6, 2025
23.1 C
Bhubaneswar

ଆଜି ହୋଇପାରେ ବିଜେପି ଜିଲ୍ଲା ସଭାପତି ତାଲିକା

ଭୁବନେଶ୍ବର : ତୃଣମୂଳସ୍ତରରେ ବିଜେପି ତା’ର ସାଙ୍ଗଠନିକ ସ୍ଥିତି ସଜାଡିବା ପାଇଁ ପ୍ରୟାସ ଚଳାଇଛି। ତେବେ ଦଳର ଜିଲା ସଭାପତି ତାଲିକା ପ୍ରକାଶରେ ବିଳମ୍ବ ହେଉଥିବା ବେଳେ ରାଜ୍ୟ ସଭାପତି କିଏ ହେବ ତାକୁ ନେଇ କେନ୍ଦ୍ରୀୟ ନେତାଙ୍କ ଅଙ୍କ ଛିଣ୍ଡୁନି। ତେବେ ସୋମବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଭାରୀ ବିଜୟପାଲ ସିଂହ ତୋମର ଗଣମାଧ୍ୟମକୁ କହିଛନ୍ତି, ଖୁବ୍‌ ଶୀଘ୍ର ଜିଲା ସଭାପତି ଏବଂ ରାଜ୍ୟ ସଭାପତି ନାମ ଘୋଷଣା କରାଯିବ। ଚଳିତ ମାସ ଶେଷ ସୁଦ୍ଧା ଏହାର ସମସ୍ତ ପ୍ରକ୍ରିୟା ସରିବ ବୋଲି ସେ କହିଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ଦଳ ନିର୍ବାଚନ ଲଢ଼ି ଶାସନକୁ ଆସିଛି। ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ଥିବାରୁ ଦଳ ପୁଣି ଶ୍ରୀ ସାମଲଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିବ କି ନୂଆ ଚେହେରା ଦେଖିବ ତାକୁ ନେଇ ଦଳୀୟ କର୍ମୀ ଆଶା ଆଶଙ୍କାରେ ରହିଛନ୍ତି। ସେହିପରି ସରକାର ଏବଂ ସଙ୍ଗଠନ ମଧ୍ୟରେ ସମନ୍ବୟ ଅଭାବରୁ ନିଗମ, ପରିଷଦ ଅଧ୍ୟକ୍ଷ ନିଯୁକ୍ତିରେ ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି। ବିଜେପିର ନୂଆ ରାଜ୍ୟ ସଭାପତି ନିର୍ବାଚନ ପରେ ହୁଏତ ନିଗମ, ପରିଷଦ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥାରେ ଦଳୀୟ ନେତାମାନଙ୍କୁ ଥଇଥାନ କରାଯିବାର ସମ୍ଭାବନା ଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ଅପରପକ୍ଷେ ଜିଲା ସଭାପତି ନିର୍ବାଚନ ତାଲିକା ଜାନୁଆରୀ ୧୫ସୁଦ୍ଧା ପ୍ରକାଶ ପାଇବ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ଜିଲା ସଭାପତି ତାଲିକା ପ୍ରକାଶ ପାଇପାରିଲା ନାହିଁ। ଜିଲା ସଭାପତି ନିର୍ବାଚନ ଲାଗି ସୋମବାରଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନେ କି ଦୁଇ ଦିନ ମଧ୍ୟରେ ତାଲିକା ପ୍ରକାଶ ପାଇବ ବୋଲି କୁହାଯାଉଛି। ରାଜ୍ୟରେ ନୂଆ ସରକାର ଗଠନକୁ ୭ମାସ ପୂରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ତ ନିଗମ ଅଧ୍ୟକ୍ଷ, ଜିଲା ଯୋଜନା ବୋର୍ଡ, ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଏବଂ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦ ଆଦି ଖାଲି ପଡ଼ିଥିବାରୁ ଏଗୁଡିକ ମଧ୍ୟ ପୂରଣ ହେବ ବୋଲି ଆଶା ପ୍ରକାଶ ପାଇଛି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories