www.samajalive.in
Friday, December 5, 2025
26.1 C
Bhubaneswar

ପ୍ରବର୍ତ୍ତନ ନିର୍ଦେଶାଳୟର ତଦନ୍ତ ଆରମ୍ଭ : ପଦାରେ ପଡିବ ବଡବଡିଆଙ୍କ ସମ୍ପର୍କ

ଭୁବନେଶ୍ବର : ଠକ ଦମ୍ପତି ହଂସିତା ଅଭୀଲିପ୍ସା ଓ ଅନିଲ ମହାନ୍ତି ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବିଭିନ୍ନ କାମ କରାଇ ଦେବା ଆଳରେ କର୍ପୋରେଟ ସଂସ୍ଥାରୁ କୋଟି କୋଟି ଟଙ୍କା ଠକି ନେବା ପ୍ରମାଣ ପୁଲିସ ହାତରେ ଲାଗିଥିଲା। ସେମାନଙ୍କ ବିରୋଧରେ ଯୁବତୀ ଚାଲାଣ ଭଳି ଅଭିଯୋଗ ପୁଲିସ ପାଇଥିଲା। ଉଭୟଙ୍କ ନାମରେ ଯୁବତୀ ଚାଲାଣ ଦଫା ଲଗାଇ ପୁଲିସ ମାମଲା ରୁଜୁ କରିଛି। ପ୍ରାୟ ୨୫୦ କୋଟି ଟଙ୍କା ଦମ୍ପତିଙ୍କ ଆକାଉଣ୍ଟରେ କାରବାର ହୋଇଥିବା ତଦନ୍ତରୁ ପୁଲିସ ଓ ଆୟକର ବିଭାଗ ଜାଣିବାକୁ ପାଇଛି। ଏବେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମାମଲାର ତଦନ୍ତ ଆରମ୍ଭ କରିଛି। ସୋମବାର ଇଡିର ଦୁଇ ଜଣ ଅଧିକାରୀ ପୁଲିସ ନିକଟରୁ ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି। ହଂସିତା ଓ ଅନିଲଙ୍କ ଏହି ଠକେଇରେ କିଛି ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଥିବା ତଥ୍ୟ ପ୍ରମାଣ ଆୟକର ବିଭାଗ ପାଇଛନ୍ତି। କେତେକ ରାଜନେତା, ମନ୍ତ୍ରୀ ଓ ବ୍ୟୁରୋକ୍ରାଟ ଠକ ଦମ୍ପତିଙ୍କ ସହ ଅର୍ଥ କାରବାର କରିଛନ୍ତି। ଇଡି ତଦନ୍ତରୁ ଏହି ବଡ଼ବଡ଼ିଆଙ୍କ ମୁଖା ଖୋଲିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। ଠକ ହଂସିତାଙ୍କ ସହ ରାଜନେତାଙ୍କ ସମ୍ପର୍କ ଥିଲା ବୋଲି ଅଭିଯୋଗ ହେବା ପରେ ଏଥିରେ ସମ୍ପୃକ୍ତ ନେତାଙ୍କ ଛାତି ଏବେ ଧଡ଼ଧଡ଼ ହେଉଛି। କେତେବେଳେ ଆୟକର ବିଭାଗ ନଚେତ ଇଡି ସମନ କରିବାର ଆଶଙ୍କା ରହିଛି। ସମ୍ପୃକ୍ତ ଥିବା ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଲାଗି ଦାବି ଜୋର୍‌ ଧରିଛି। ଆଞ୍ଚଳିକ ଓ ଜାତୀୟ ଦଳର କିଛି ରାଜନେତା ଏହି ଠକେଇରେ ସମ୍ପୃକ୍ତ ଥିବା ତଦନ୍ତକାରୀ ସଂସ୍ଥା ପ୍ରମାଣ ପାଇଛି। ବ୍ୟୁରୋକ୍ରାଟଙ୍କ ସହିତ ସମ୍ପର୍କ ଯୋଡ଼ି ହଂସିତା ଅଧିକାରୀଙ୍କୁ ବଦଳି ଓ ନିଯୁକ୍ତି କରାଉ ଥିଲା। ଏଥିରେ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା। ନେତା, ମନ୍ତ୍ରୀଙ୍କ ସହିତ ସମ୍ପର୍କ ଥିବା କହି କର୍ପୋରେଟ ସଂସ୍ଥାକୁ ଲୁଟୁଥିଲା। ଏପରିକି ବିବାଦୀୟ ଜମି ଦଖଲ ଦେବା କାର୍ଯ୍ୟ ମଧ୍ୟ କରୁଥିଲା। ହଂସିତା ଠକେଇ କାର୍ଯ୍ୟରେ ସଫଳ ହେବା ଲାଗି କେତେବେଳେ ବିଲ୍ଡରଙ୍କ ପତ୍ନୀ ତା’ ଆଉ କେତେବେଳେ କେଉଁ ଅଧିକାରୀଙ୍କ ଝିଅ ବୋଲି ନିଜକୁ ପରିଚୟ ଦେଉଥିଲା। ହଂସିତା ଏପରି ଠକେଇ କରି ଚାଲିଥିବା ବେଳେ ସ୍ବାମୀ ଅନିଲ ଖଣି ବ୍ୟବସାୟୀଙ୍କ ଉପରେ ନଜର ରଖିଥିଲା। ସେମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଅନିଲ ମଧ୍ୟ କୋଟି କୋଟି ଟଙ୍କା ଠକୁଥିଲା। ଏହି ଠକ ଦମ୍ପତି ଠକେଇ ଟଙ୍କାରେ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories