www.samajalive.in
Saturday, December 6, 2025
17.1 C
Bhubaneswar

ସୈଫ୍‌ଙ୍କୁ ଛୁରାମାଡ଼ ଘଟଣା: ଅଦାଲତରେ ହାଇ ଡ୍ରାମା, ଅଭିଯୁକ୍ତର ମାମଲା ଲଢ଼ିବାକୁ ଦୁଇ ଓକିଲ ମୁହାଁମୁହିଁ

ମୁମ୍ବଇ: ବଲିଉଡ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତକୁ ନେଇ ଅଦାଲତରେ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ଗିରଫ ହେବାପରେ ଆକ୍ରମଣକାରୀ ମହମ୍ମଦ ଶରିଫୁଲ ଇସଲାମ ଶେହଜାଦକୁ ରବିବାର ଅପରାହ୍ଣରେ ମୁମ୍ବଇର ବାନ୍ଦ୍ରାସ୍ଥିତ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରାଯାଇଥିଲା। ପୁଲିସ ବିପକ୍ଷରେ ତାଙ୍କର କୌଣସି ଅଭିଯୋଗ ରହିଛି କି ବୋଲି ବିଚାରପତି ଶେହଜାଦକୁ ପଚାରିଥିଲେ। ସେ ମନା କରିବା ପରେ ତାକୁ କାଠଗଡାକୁ ଆସିବାକୁ ନିର୍ଦେଶ ଦିଆଯାଇଥିଲା।

ଏହି ସମୟରେ ଜଣେ ଓକିଲ ସାମନାକୁ ଆସି ଓକିଲାତିନାମାରେ ଶେହଜାଦର ଦସ୍ତଖତ ନେବାକୁ ଉଦ୍ୟମ କରିଥିଲେ। ତେବେ ଅନ୍ୟ ଜଣେ ଓକିଲ ଜବରଦସ୍ତ ସେଠାକୁ ଆସି ଅନ୍ୟ ଏକ ଓକିଲାତିନାମାରେ ଶେହଜାଦର ଦସ୍ତଖତ ନେଇଥିଲେ। ଫଳରେ କେଉଁ ଓକିଲ ଶେହଜାଦଙ୍କ ମାମଲା ଲଢିବେ, ତାହାକୁ ନେଇ ଅଦାଲତରେ ଦ୍ବନ୍ଦ୍ବ ଦେଖାଦେଇଥିଲା। ତେବେ ଶେହଜାଦର ମାମଲା ଲଢିବାକୁ ବିଚାରପତି ଏହି ଦୁଇ ଓକିଲଙ୍କୁ ଅନୁମତି ଦେବାପରେ ଅନିଶ୍ଚିତତାର ପରିସମାପ୍ତି ଘଟିଥିଲା।

- Advertisement -

ସୂଚନାଯୋଗ୍ୟ ଗତ ବୁଧବାର ବିଳମ୍ବିତ ରାତିରେ ଶେହଜାଦ ସୈଫ୍‌ଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ଚୋରି କରିବା ଉଦ୍ଦେଶ୍ୟରେ ପ୍ରବେଶ କରିଥିଲା। ସୈଫ୍‌ଙ୍କ ସହ ମୁକାବିଲା ସମୟରେ ଶେହଜାଦର ଛୁରାମାଡରେ ସୈଫ୍‌ଙ୍କ ଶରୀରର ଛଅଟି ସ୍ଥାନରେ ଆଘାତ ଲାଗିଥିଲା। ସେ ଏବେ ମଧ୍ୟ ଲୀଳାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଡାକ୍ତରମାନେ କହିଛନ୍ତି। ମୁମ୍ବଇ ପୁଲିସ ରବିବାର ମହାରାଷ୍ଟ୍ରର ଥାଣେ ଅଞ୍ଚଳରୁ ଶେହଜାଦକୁ ଗିରଫ କରିଛି। ଅଦାଲତଙ୍କ ନିର୍ଦେଶକ୍ରମେ ତାକୁ ୫ ଦିନ ପାଇଁ ପୁଲିସ ହେପାଜତକୁ ପଠାଯାଇଛି। ଶେହଜାଦ ଜଣେ ବାଂଲାଦେଶୀ ନାଗରିକ ହୋଇଥିବାବେଳେ ନାମ ପରିବର୍ତ୍ତନ କରି ମୁମ୍ବଇରେ ରହୁଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories