www.samajalive.in
Saturday, December 6, 2025
14.1 C
Bhubaneswar

ବିଦ୍ୟୁତ୍ ଆଘାତରେ ଦମ୍ପତି ମୃତ

ଲମତାପୁଟ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ। କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଗେରୁପୁଟ ଜଙ୍ଗଲ ନିକଟରେ ଅଭାବନୀୟ ଘଟଣା ଘଟିଛି। ବାରହା ଶିକାର ପାଇଁ  ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସ୍ଵାମୀ-ସ୍ତ୍ରୀଙ୍କର ଜୀବନ ଚାଲିଯାଇଛି।  ଉଭୟ କାଠ ସଂଗ୍ରହ କରିବା ଲାଗି ଜଙ୍ଗଲକୁ ଯାଇଥିଲେ। ମୃତକ ଗେରୁପୁଟ ଗାଁର ବଳରାମ ଗାଲେଲ୍ ଏବଂ ବଲା ଗାଲେଲ୍ ବୋଲି ଜଣାପଡିଛି। ସୂଚନା ମୂତାବକ ବଳରାମ ଏବଂ ବଲା ନନ୍ଦପୁର ହାଟପଦା ନିକଟରେ ଏକ ଚା ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି। ଗତକାଲି ଉଭୟ ଦମ୍ପତି ନିକଟସ୍ଥ ଜଙ୍ଗଲକୁ କାଠ ଆଣିବା ଲାଗି ଯାଇତିଲେ। କିନ୍ତୁ ଦୀର୍ଘ ସମୟ ଧରି ନଫେରିବାରୁ ଗାଁଲୋକେ ବହୁ ଖୋଜାଖୋଜି କରିଥିଲେ। ଶେଷରେ ଜଙ୍ଗଲ ଭିତରେ ଶିକାର ଲାଗି ବିଛା ଯାଇଥିବା ବିଦ୍ୟୁତ୍ ତାର ନିକଟରେ ଉଭୟଙ୍କର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ପରେ ଗାଁ ଲୋକେ ତୁରନ୍ତ ଏ ନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories