www.samajalive.in
Monday, December 15, 2025
17.1 C
Bhubaneswar

ଶୁକ୍ରବାର ରାଶିଫଳ: ପରିବାରରେ ହସ ଖୁସିର ବାତାବରଣ ଦେଖାଦେବ, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- ଉତ୍କଳୀୟ ସଂସ୍କୃତି ତଥା ଉତ୍ତମ ବ୍ୟବହାର, ପରମ ଶୁଦ୍ଧ ରୀତି-ନୀତି, ନୈତିକ ପରିପୂର୍ଣ୍ଣତା ଓ ଦିବ୍ୟ ଜ୍ଞାନସମ୍ପନ୍ନ ହେବେ। ଶ୍ରୀଚନ୍ଦ୍ର ଭୋଗ ହେତୁ ପରିବାର ସହ ଆପଣ ସୁଖୀ ଓ ନୂତନ ଦ୍ରବ୍ୟରେ ମଣ୍ଡିତ ହେ​ବେ।

ବୃଷ- ଆତ୍ମବିଶ୍ବାସୀ ଓ ଅବିରଳ ଅଧ୍ୟବସାୟ ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିବ। ତପ ସାଧନା ଫଳବତୀ ହେବ। ସାଧୁଙ୍କ ଭିକ୍ଷା ପାଇଁ ଅକୁଣ୍ଠିତ ଚିତ୍ତରେ ବ୍ୟୟ କରି ପରମ ଶାନ୍ତି ପ୍ରାପ୍ତ ହେବେ।

- Advertisement -

ମିଥୁନ- ସୌନ୍ଦର‌୍ୟ୍ୟପୂର୍ଣ୍ଣ ଅଭିବ୍ୟକ୍ତି ରୂପକ ସାହିତ୍ୟକୁ ଲୋକଲୋଚନକୁ ଆଣି ମହନୀୟ ଶ୍ରେଷ୍ଠ ପଦପଦବୀଯୁକ୍ତ ହେବେ। ଶାସକ ବର୍ଗଙ୍କ ତରଫରୁ ସମ୍ମାନ ସହିତ ଧନ ପ୍ରାପ୍ତିର ସମୟ ଉପସ୍ଥିତ ହୋଇଛି। ସୁସ୍ଥ ରହିବେ।

କର୍କଟ- ଆପଣଙ୍କ ଜ୍ଞାନାଲୋକ ଦିଗ୍‌-ବିଦିଗ ବିସ୍ତୁରିତ ହୋଇ ପଡ଼ୋଶୀ, ଜ୍ଞାତି, କୁଟୁମ୍ବ ଓ ସ୍ନେହୀ ସମାଜର ଚଲାପଥକୁ କୁସୁମିତ କରିପାରେ। ଆପଣଙ୍କ ଦୟାସାଗରରୁ କଣିକାଏ ମାତ୍ର ରତ୍ନ ଦାନ କରିପାରନ୍ତି।

ସିଂହ- କ୍ଷମତାର ଅଳିନ୍ଦ ଭିତରେ ଅବସ୍ଥାନ କରି ଜନହିତକର କାର‌୍ୟ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଆପଣଙ୍କ ଭାଗ୍ୟଡୋରୀ ସ୍ବକର୍ମ ଉପରେ ନିହିତ ଅଛି। କର୍ମ ଅନୁସାରେ ଭାଗ୍ୟ ଫଳବତୀ ହେବ।

କନ୍ୟା- କ୍ରୋଧର ସ୍ଫୁଲିଙ୍ଗଠାରୁ ନିଜକୁ ହରେଇ ରଖିବାକୁ ପଡ଼ିବ। ସଚେତନ ସହିତ ଯୋଡ଼ି ହେଲେ ବିପଦଭଞ୍ଜନଙ୍କ ଦୟାର ପାତ୍ର ହେବେ। ଏପରି କାର‌୍ୟ୍ୟ ନ କରନ୍ତୁ ଯେଉଁଥିରେ କି ଭବିଷ୍ୟତରେ ଆଶା ଧୂମିଳ ହେବ।

ତୁଳା- ସତ୍‌ପରାୟଣ ହେବେ। ସଚେତନତା ସହିତ ଯୋଡ଼ି ହେଲେ ସେବାର ସାର୍ଥକତା ଉପଲବ୍ଧ ହେବ। ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। ସଂସ୍କୃତି ମୂଳ ସହିତ ଯୋଡ଼ି ହେଲେ ରାଷ୍ଟ୍ରର ଉତ୍‌ଥାନ ସମ୍ଭବ ହେବ।

ବିଛା- ଅଜାତ ଶତ୍ରୁ ହେବା ପାଇଁ ଆପଣଙ୍କ ଅହରହ ଉଦ୍ୟମ ସଫଳତା ଲାଭ କରିପାରେ। ଋଣଦାତାଙ୍କ ଅପାର କରୁଣା ଆପଣଙ୍କ ଉପରେ ରହିଛି। ଆଧ୍ୟାତ୍ମ ବଳରେ ବ୍ୟକ୍ତିତ୍ବର ସୁରକ୍ଷା କରିପାରନ୍ତି। ସୁସ୍ଥ ରହିବେ।

ଧନୁ- ଅନ୍ତଃକରଣ ଶୁଦ୍ଧ ରଖନ୍ତୁ, ଦେଖିବେ ମନଚକ୍ଷୁ ଖୋଲିଯିବ। ସାରସ୍ବତ ସାଧନାର ଅମୃତମୟ ସୃଷ୍ଟିକୁ ଲୋକଲୋଚନକୁ ଆଣିପାରନ୍ତି। ସାଧୁସନ୍ଥଙ୍କର ସେବାରେ ତଲ୍ଲୀନ ହୋଇପାରନ୍ତି।

ମକର- ନିଜେ ନିଜ କାର‌୍ୟ୍ୟ କଳାପର ସମୀକ୍ଷା ଓ ସମାଲୋଚନା କରି ଗର୍ବ ବା ଅହଂକାରକୁ ବିସର୍ଜନ କିମ୍ବା ସମର୍ପଣ କରିପାରନ୍ତି। ପ୍ରେମ ଓ ଉଦାର ମାନବିକତା ରୂପକ ଧର୍ମ ଧାରଣ କରିପାରନ୍ତି। ଶ୍ରେଷ୍ଠତା ବଜାୟ ରହିବ।

କୁମ୍ଭ- ଆପଣଙ୍କ ଭିତରେ ଥିବା ଚେତନା ଶକ୍ତି ହେଉଛନ୍ତି ପରମାତ୍ମା। ଶାଶ୍ବତ ସୁଖର ଅନୁସନ୍ଧାନରେ ନିଜକୁ ନିୟୋଜିତ କରିପାରନ୍ତି। ସତ୍ୟ ଓ ଅହିଂସାର ପଥ କଠିନ ହେଲେ ବି ଫଳ ସର୍ବଦା ସୁଖ ଦେଇଥାଏ।

ମୀନ- ସଂଯମପୂର୍ଣ୍ଣ ସତ୍‌ଚରିତ୍ରତାର ନିଦର୍ଶନ ହୋଇପାରନ୍ତି। ଏକାନ୍ତରେ ଶୂନ୍ୟ ପୁରୁଷକୁ ଧ୍ୟାନ କଲେ ଦିବ୍ୟ ଜ୍ଞାନ ପ୍ରାପ୍ତ ହେବେ। ପରୋପକାରରେ ନିଜକୁ ସାମିଲ କରିପାରନ୍ତି। ସୁଷମ ଖାଦ୍ୟରେ ଆପ୍ୟାୟିତ ହୋଇପାରନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories