www.samajalive.in
Monday, December 15, 2025
26.1 C
Bhubaneswar

ଟାଟା କଲୋନୀରେ ଆତଙ୍କ ଖେଳାଇ ଥିବା ମାଙ୍କଡ଼କୁ କାବୁ କଲା ବନବିଭାଗ

ଗୋପାଳପୁର : ଟାଟା କଲୋନୀ ସମେତ ଝାଡାଙ୍କୁଲି,ଗୁରୁଣ୍ଠି ପ୍ରଭୃତି ଗାଁରେ ଗତ ୧ ବର୍ଷ ଧରି ଆତଙ୍କ ସୃଷ୍ଟି କରିଥିବା ସାଙ୍ଗକୁ ଗୁରୁବାର ଟାଟା କଲୋନୀ ପରିସରରୁ ବନବିଭାଗ ପକ୍ଷରୁ ଜାଲ ବିଛାଇ ଆଜି କାବୁ କରାଯାଇଛି। ଯାହାଫଳରେ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ଦେଖାଦେଇଛି।ଗତ ୧ ବର୍ଷ ଧରି ଗୁରୁଣ୍ଠି ସମେତ ଝାଡାଙ୍କୁଲି ଅଞ୍ଚଳରେ ଗତ ୯ ମାସ ଧରି ମାଙ୍କଡ ଉପଦ୍ରବ କରିବା ସହ ଗାଁ ଲୋକ ସମେତ ଯାଆସ କରୁଥିବା ଲୋକଙ୍କୁ କାମୁଡ଼ା କାମୁଡ଼ି କରୁଥିଲା। ଏହାକୁ ନେଇ ଲୋକେ ଆତଙ୍କିତ ରହିଥିଲେ। କିନ୍ତୁ ଗତ ୩ ମାସ ହେଲା ଏହି ମାଙ୍କଡ଼ଟି ଲୁହାଝର ପଞ୍ଚାୟତ ଅନ୍ତର୍ଗତ ଟାଟା କଲୋନୀ , ଶିତଳାପଲ୍ଲୀ ସମେତ ସିନ୍ଦିଗାଁ ପ୍ରଭୃତି ଅଞ୍ଚଳରେ ଲୋକଙ୍କୁ କାମୁଡ଼ା ଆରମ୍ଭ କରିଥିଲା। ଏଠାରେ ନରେନ୍ଦ୍ରପୁର ସ୍ଥିତ କ୍ଷେତ୍ର ମୋହନ‌ ବିଜ୍ଞାନ ମହାବିଦ୍ୟାଳୟରେ ରେ ଅଧ୍ୟୟନ କରୁଥିବା + ୨ ଦ୍ବିତୀୟ ବର୍ଷର ଛାତ୍ର ତଥା ଟାଟା କଲୋନୀ ର ବାସିନ୍ଦା ଟି ଲକ୍ଷ୍ମଣ ସ୍ବାମୀଙ୍କୁ ଆକ୍ରମଣ କରି କାମୁଡି ଥିଲା। ଟାଟା କଲୋନୀରେ‌ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାଙ୍କଡ଼ କାମୁଡି କ୍ଷତାକ୍ତ କରିଥିଲା। ଏହା ନେଇ ସ୍ଥାନୀୟ ସରପଞ୍ଚ ପି କମଳା ରେଡ୍ଡୀ ଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ସମେତ ବନବିଭାଗକୁ ବହୁବାର ମାଙ୍କଡ଼ ଆତଙ୍କରୁ ରକ୍ଷା କରିବା ପାଇଁ ଅନୁରୋଧ କରି ଆସୁଥିଲେ। ଗୁରୁବାର ସକାଳେ ବନବିଭାଗର ଏକ ଟିମ ଗାଁରେ ପହଞ୍ଚି ଜାଲ ବିଛାଇ ପ୍ରାୟ ୨ ଘଣ୍ଟା କାଳ କସରତ କରି ମାଙ୍କଡ଼କୁ କାବୁ କରିଥିଲେ। କାବୁ କରଯାଇଥିବା ମାଙ୍କଡ଼କୁ ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟକୁ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ବନବିଭାଗ କାର୍ଯ୍ୟାଳୟରେ ରଖାଯାଇଛି। ଆଜି ନିକଟବର୍ତ୍ତୀ ସଂରକ୍ଷିତ ଜଙ୍ଗଲରେ ନେଇ ଛଡ଼ା ଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories