www.samajalive.in
Sunday, December 14, 2025
26.1 C
Bhubaneswar

ରାଣା ଭାରତ ପ୍ରତ୍ୟର୍ପିତ, ଗିରଫ କଲା ଏନ୍‌ଆଇଏ

ନୂଆଦିଲ୍ଲୀ : ଭାରତ ପ୍ରତ୍ୟର୍ପିତ ହୋଇଥିବା ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତାହାୱର ହୁସେନ ରାଣା ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛି। ନୂଆଦିଲ୍ଲୀର ଆନ୍ତର୍ଜାତିକ ବିମାନବନ୍ଦରରେ ରାଣା ପହଞ୍ଚିବା ପରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ତାକୁ ଗିରଫ କରିଛି। ଗିରଫ ପରେ ତାକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅଦାଲତରେ ହାଜର କରାଯାଇଛି। ରାଣାର ପ୍ରତ୍ୟର୍ପଣ ପାଇଁ ପଟିଆଲା ହାଉସ୍‌ କୋର୍ଟ, ଏନଆଇଏ ମୁଖ୍ୟ କାର‌୍ୟ୍ୟାଳୟ ସହିତ ଦିଲ୍ଲୀର ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରମୁଖ ସ୍ଥାନଗୁଡିକରେ ଅର୍ଦ୍ଧସାମରିକ ବାହିନୀ ସହିତ ଦିଲ୍ଲୀ ପୁଲିସକୁ ମୁତୟନ କରାଯାଇଛି। ବୁଧବାର ଆମେରିକା କର୍ତ୍ତୃପକ୍ଷ ରାଣାକୁ ଭାରତର ତଦନ୍ତକାରୀ ଏଜେନ୍ସିର ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ। ହସ୍ତାନ୍ତର ପରେ  ଭାରତୀୟ  ଅଧିକାରୀମାନେ ତାକୁ ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଆଣିଛନ୍ତି। ଏବେ ତା’ ବିରୋଧରେ ଆବଶ୍ୟକୀୟ ନ୍ୟାୟିକ ପ୍ରକ୍ରିୟା ଅନୁସରଣ କରାଯିବ।

ମୁମ୍ବଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତିକୁ ନେଇ ରାଣା ବିରୋଧରେ ଏନଆଇଏ ମାମଲା ଚଳାଇବ। ରାଣାର ପ୍ରତ୍ୟର୍ପଣ ମାମଲାକୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଆଇଏ) ଅଜିତ୍ ଡୋଭାଲ ସହିତ ଏନଆଇଏ ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରୁଛନ୍ତି। ରାଣାର ଆଗମନ ପୂର୍ବରୁ ବୁଧବାର ରାତିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଅଜିତ୍ ଡୋଭାଲ ଓ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ରାଣାକୁ ଏନଆଇଏ ଏହାର ହାଜତକୁ ନେବା ପରେ  ଗୁଇନ୍ଦା ବ୍ୟୁରୋ, ଏନଆଇଏ ଓ ମନସ୍ତତ୍ତ୍ବବିଦ୍‌ମାନଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍ ତାକୁ ଜେରା କରିବେ। ଜେରା ସମୟରେ ମୁମ୍ବଇ ଆକ୍ରମଣରେ ପାକିସ୍ତାନ ସରକାର ଓ ଆଇଏସଆଇର ସମ୍ପୃକ୍ତି ବିଷୟରେ ତଥ୍ୟ ଆଦାୟ କରାଯିବ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories