www.samajalive.in
Monday, December 15, 2025
27.1 C
Bhubaneswar

ଖଲିସ୍ତାନ ପତାକା ସହ ଭାରତୀୟ-ଆମେରିକୀୟ ରାଜନେତାଙ୍କ ଫଟୋକୁ ନେଇ ଉତ୍ତେଜନା

ଡେସ୍କ: ନ୍ୟୁୟର୍କ ସତସ୍ତ କାର୍ଯ୍ୟାଳୟକୁ ନିର୍ବାଚିତ ହୋଇଥିବା ପ୍ରଥମ ପଞ୍ଜାବୀ-ଆମେରିକୀୟ ଜେନିଫର ରାଜକୁମାର ସମ୍ମାନିତ ଅତିଥି ଭାବେ ଶିଖ୍ ଦିବସ ପରେଡରେ ଯୋଗ ଦେଇଥିଲେ। ନ୍ୟୁୟର୍କ ସହରର ବିବିଧ ସଂସ୍କୃତିରେ ଶିଖ୍ ସମ୍ପ୍ରଦାୟର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ସମାନତା, ଏକତା ଏବଂ କରୁଣାର ମୂଲ୍ୟବୋଧ ପ୍ରତି ଶିଖ୍ ସମ୍ପ୍ରଦାୟର ପ୍ରତିବଦ୍ଧତାକୁ ସେ ପ୍ରଶଂସା କରିଥିଲେ। ତେବେ ପୃଷ୍ଠଭୂମିରେ ଖଲିସ୍ତାନୀ ପତାକା ଦେଖିବାକୁ ମିଳୁଥିବା ଜେନିଫର ରାଜକୁମାର ସେୟାର କରିଥିବା ଏକ ଫଟୋକୁ ନେଇ ବିବାଦ ସୃଷ୍ଟି ହୋଇଛି।

ପୁଣି କ୍ଷମତାକୁ ଆସିଲେ ସମ୍ବିଧାନକୁ ରଦ୍ଦ କରିବ ବିଜେପି – ରାହୁଲ ଗାନ୍ଧି

- Advertisement -

ରାଜକୁମାର ଶିଖ ଦିବସ ପରେଡରେ ଥିଲେ, ଯାହାକୁ ଖାଲସା ଦିବସ ବା ବୈସାଖୀ କୁହାଯାଏ, ଯେଉଁଦିନ ଶିଖ୍ ନବବର୍ଷ ପାଳନ କରାଯାଏ।

ଏହି କାର୍ଯ୍ୟକ୍ରମ ପରେ ଜେନିଫର ରାଜକୁମାର ଏକ୍ସରେ ଲେଖିଛନ୍ତି, “ପ୍ରଥମ ପଞ୍ଜାବୀ-ଆମେରିକୀୟ ନ୍ୟୁୟର୍କ ରାଜ୍ୟ କାର୍ଯ୍ୟାଳୟକୁ ନିର୍ବାଚିତ ହୋଇଥିବାରୁ ଓ ଶିଖ୍ ଦିବସ ପରେଡରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମୁଁ ଗର୍ବ ଅନୁଭବ କରୁଥିଲି। ଶିଖମାନେ ପ୍ରତିଦିନ ସମାନତା, ଏକତା ଏବଂ କରୁଣାକୁ ପ୍ରୋତ୍ସାହିତ କରନ୍ତି। ନ୍ୟୁୟର୍କ ସିଟିର ସୁନ୍ଦର ମୋଜାଇକର ଅଂଶ ଭାବରେ ଏକ ସମୃଦ୍ଧ ଶିଖ୍ ସମ୍ପ୍ରଦାୟ ଥିବାରୁ ଆମେ ଧନ୍ୟ।

ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଖେଳିବ ଟି-ଟ୍ବେଣ୍ଟି ବିଶ୍ବକପ

ତେବେ ଜେନିଫରଙ୍କ ଏହି ପୋଷ୍ଟକୁ ନେଇ ଅନଲାଇନରେ ବିବାଦ ସୃଷ୍ଟି ହୋଇଥିବା ବେଳେ କିଛି ୟୁଜର୍ସ ସେ ସେୟାର କରିଥିବା ଫଟୋର ବ୍ୟାକଗ୍ରାଉଣ୍ଡରେ ଖଲିସ୍ତାନୀ ପତାକା ଥିବା ଦର୍ଶାଇଛନ୍ତି । ପୃଷ୍ଠଭୂମିରେ ଖଲିସ୍ତାନୀ ପତାକା ଦେଖିବାକୁ ମିଳୁଛି। ଏୟାର ଇଣ୍ଡିଆ ଫ୍ଲାଇଟ୍ ୧୮୨କୁ ବିସ୍ଫୋରଣ କରି ୩୨୯ ଜଣଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କ ସମର୍ଥକଙ୍କ ସହ ନିଜକୁ ଯୋଡ଼ି ଆପଣ ଏହି ବିଚାରଧାରାକୁ ସମର୍ଥନ କରୁଛନ୍ତି ବୋଲି ଏକ୍ସର ଜଣେ ବ୍ୟବହାରକାରୀ କହିଛନ୍ତି।

୧୯୮୫ ଜୁନ୍ ୨୩ରେ ଏୟାର ଇଣ୍ଡିଆ କନିଷ୍କ ବୋମା ବିସ୍ଫୋରଣ ଘଟଣାକୁ ନେଇ ୟୁଜର ଜଣକ ଏହା କହିଛନ୍ତି। ଟରଣ୍ଟୋରୁ ଇଂଲଣ୍ଡର ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ୧୮୨ରେ ବୋମା ବିସ୍ଫୋରଣ ଘଟି ୩୨୯ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ କାନାଡାର ଥିଲେ ଏବଂ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ହୋଇଥିବା ଆତଙ୍କବାଦୀ ଆକ୍ରମଣ କାନାଡା ଇତିହାସରେ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇ ରହିଛି।

୪୪ ଡ଼ିଗ୍ରୀ ଉପରେ ୧୫ ସହର, ବାରିପଦାରେ ରେକର୍ଡ ତାପମାତ୍ରା ୪୬.୪

ଅନ୍ୟ ଜଣେ ଟ୍ୱିଟର ବ୍ୟବହାରକାରୀ କହିଛନ୍ତି, ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ସହ ମିଶି ଆପଣ ହିନ୍ଦୁମାନଙ୍କୁ ନିରାଶ କରିଛନ୍ତି, କାରଣ ଏହି ଗୋଷ୍ଠୀଗୁଡ଼ିକ ପଞ୍ଜାବରେ ହଜାର ହଜାର ହିନ୍ଦୁ ସଂଖ୍ୟାଲଘୁଙ୍କୁ ନିର୍ମମ ଭାବେ ନିପାତ କରିବା ପାଇଁ ଦାୟୀ। ସେମାନଙ୍କ ସହ ମିଶିବା ତୁମ ପାଇଁ ଲଜ୍ଜାଜନକ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories