www.samajalive.in
Monday, December 15, 2025
24.1 C
Bhubaneswar

ପିପିଲିରେ ଶକ୍ତି ପ୍ରଦର୍ଶନ କଲା ବିଜେପି, ନାମାଙ୍କନ ପାଇଁ ସମ୍ବିତ ଓ ଆଶ୍ରିତଙ୍କ ଶୋଭାଯାତ୍ରା

ପିପିଲି :ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ଡ଼ ସମ୍ବିତ ପାତ୍ର ଓ ପିପିଲି ବିଧାନସଭା ଆସନର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ସୋମବାର ଦିନ ନାମାଙ୍କନପତ୍ର ଦାଖଲ କରିବା ଅବସରରେ ପିପିଲିରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ପୂର୍ବାହ୍ନରେ ନିଜ ଦଳର ନେତା, କର୍ମୀ ଓ ସମର୍ଥକଙ୍କୁ ନେଇ ଉଭୟେ ପିପିଲିର ଉତ୍ତରା ବଜାର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ପୁରୀ ପର୍ଯ୍ୟନ୍ତ ଯାଇ ସେଠାରେ ନାମାଙ୍କନପତ୍ର ଦାଖଲ କରିଥିଲେ।

୩ହଜାରରୁ ଉର୍ଦ୍ଧ ବାଇକ୍‌‌ ଶୋଭାଯାତ୍ରାରେ ଉଭୟ ସମ୍ବିତ ଓ ଆଶ୍ରିତ ଏକ ଖୋଲାଗାଡିରେ ଯାଇଥିବା ବେଳେ ଉଭୟଙ୍କୁ ପୁବାଶାସନ ଛକ, ଗୁଡ଼ିଆପୋଖରୀ ବଜାର, ସିଉଳା, ଜଇସପାଟଣା ବଜାର, ପିପିଲି ବଜାର, ତେଇସିମାଇଲ ଛକ, ଦାଣ୍ଡମୁକୁନ୍ଦପୁର ବଜାର, ମଙ୍ଗଳପୁର ବଜାର, ତେଇସିପୁର ବଜାର, ସାତଶଙ୍ଖ ବଜାର ଆଦି ସ୍ଥାନମାନଙ୍କରେ ଅପେକ୍ଷା କରିଥିବା ମହିଳା, ପୁରୁଷ ସମର୍ଥକ ଓ ଶୁଭେଚ୍ଛୁମାନେ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଥିଲେ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories