www.samajalive.in
Sunday, December 14, 2025
17.1 C
Bhubaneswar

କାଳବୈଶାଖୀର ତାଣ୍ଡବରେ ବହୁ ଘର ଛପର ଉଡିବା ସହ ବଜ୍ରପାତ ପଡି ଜଣେ ଗୁରୁତର

କଲ୍ୟାଣସିଂହପୁର: କାଳବୈଶାଖୀର ତାଣ୍ଡବରେ ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର ମହେନ୍ଦ୍ରପୁର ଠାରେ ବଜ୍ରପାତ ପଡିବାରୁ ଜଣେ  ଶ୍ୟାମ କାଡ୍ରାକା ଗୁରୁତର ହୋଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି ।
ଆଜି ଅପରାହ୍ନରେ  କାଳବୈଶାଖୀର ତାଣ୍ଡବରେ ପ୍ରବଳ ବେଗରେ ପବନ ହେବାରୁ ଗୁଡ଼ିଆର ଚତୁଃପାଶ୍ୱରେ ପକାଇଥିବା  ବାଡ଼ ପଡିଯାଇଥିଲା ।ଯାହାଫଳରେ ଗାଈଗୋରୁ ପଶି ଜିନିଷ ଖାଇଦେଵ ବୋଲି ଶ୍ୟାମ ଓ ସ୍ତ୍ରୀ ଚିଲିକା କାଡ୍ରାକା ମିଶି ବାଡ଼ ଉଠାଇ ବାନ୍ଧିବା ବେଳକୁ  ଘଡଘଡି ମାରି ବର୍ଷା ହୋଇଥିଲା ।
ଯାହା ବଜ୍ରପାତ ମାରିବା ଫଳରେ ଶ୍ୟାମ କାଡ୍ରାକାଙ୍କ ଡାହାଣ ପାର୍ଶ୍ୱପାଖଦେଇ ଯାଇଥିବା ଯୋଗୁଁ ସେ ଘଟଣା ସ୍ଥଳରେ ପଡିଯାଇଥିଲା ।ଉକ୍ତ ଖବର ସ୍ତ୍ରୀ ପରିବାର ଲୋକଙ୍କୁ ଜଣାଇବାରୁ ସଙ୍ଗେ ସଙ୍ଗେ ରୋଗିବୁହା ଗାଡ଼ିରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତ କରିଥିଲେ ।ଏଠାରେ ଡାକ୍ତର ପ୍ରମୋଦ କୁମାର ମିଶ୍ର ଓ ଡାକ୍ତର  ସୁମୀରନ ରାଉତ ଚିକିତ୍ସା ଚଳାଇଛନ୍ତି । ବର୍ତ୍ତମାନ  ଶ୍ୟାମ ର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି ।
କାଳବୈଶାଖୀର ତାଣ୍ଡବରେ  ଶିକରପାଇ ସଦରରେ ପ୍ରାୟ  ଘର ,ଦୋକାନର ଚାଳ ,ଆଜବେଷ୍ଟ ଉଡାଇ ନେଇଥିବା ବେଳେ ଗଛ ଡାଳ ଭାଙ୍ଗି ପଡିଛି ଓ ବିଦ୍ୟୁତ ବିଛିନ୍ନ ହୋଇଥିବା ଦେଖିବାକୁ ମିଳିଛି ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories