www.samajalive.in
Sunday, December 7, 2025
14.1 C
Bhubaneswar

ବିଳାସପୂର୍ଣ୍ଣ ରିୟଲ ଇଷ୍ଟେଟ୍ ପ୍ରକଳ୍ପ ‘ସଲିଟେୟାର’ର ଶୁଭାରମ୍ଭ ଘୋଷଣା

ଡେସ୍କ: ହର୍ଷପ୍ରିୟା ଗ୍ରୁପ ଏବଂ ନୀଳାଚଳ ହୋମ୍ସର ମିଳିତ ସ‌ହ‌ଯୋଗରେ ଗଠିତ ସଂସ୍ଥା ହର୍ଷପ୍ରିୟା ନୀଳାଚଳ ଗ୍ରୁପ ଗ୍ରାହକ ମାନଙ୍କ ବିଳାସପୂର୍ଣ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଏକ ଐତିହାସିକ ପ୍ରକଳ୍ପ ‘ସଲିଟେୟାର’କୁ ଉନ୍ମୋଚନ କରିଛନ୍ତି।

ଆଧୁନିକ ଜୀବନଯାପନ ପାଇଁ ନୀଳାଚଳ ହୋମ୍ସର ଅଭିନବ ଆଭିମୁଖ୍ୟ ସହିତ ଗୁଣବତ୍ତା ପ୍ରତି ହର୍ଷପ୍ରିୟା ଗ୍ରୁପର ପ୍ରତିବଦ୍ଧତାକୁ ଏହି ପ୍ରକଳ୍ପ ଯୋଡ଼ିଛି। ସଲିଟେୟାର ପ୍ରକଳ୍ପ ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ଉତ୍କର୍ଷତାର ଏକ ନୂତନ ମାନଦଣ୍ଡ ସୃଷ୍ଟି କରିବ। ହର୍ଷପ୍ରିୟା ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଚେତନ କୁମାର ଟେକରିୱାଲ କହିଛନ୍ତି, ଭୁବନେଶ୍ବରରେ ବିଳାସ ଓ ଉଦ୍ଭାବନର ପ୍ରକୃତ ପ୍ରତିଫଳନ ସଲିଟେୟାରକୁ ଉପସ୍ଥାପିତ କରି ଆମେ ଆନନ୍ଦିତ। ସଲିଟେୟାର ସହିତ ଆମର ଲକ୍ଷ୍ୟ କେବଳ ପୂରଣ କରିବା ନୁହେଁ ବରଂ ସମକାଳୀନ ଘର ମାଲିକଙ୍କ ଆଶାକୁ ପୁରଣ କରିବା, ସେମାନଙ୍କୁ ଆରାମ, ସୁନ୍ଦରତା ଏବଂ ଅତ୍ୟାଧୁନିକ ସୁବିଧାର ମିଶ୍ରଣ ପ୍ରଦାନ କରିବା ହେଉଛି ଆମର ପ୍ରୟାସ।

- Advertisement -

ଏହି ପ୍ରକଳ୍ପରେ ଏକ ୨୧ ମହଲା ବିଶିଷ୍ଟ ହାଇରାଇଜ୍‌ ଟାୱାର ରହିଛି, ଯେଉଁଥରେ ଅତ୍ୟାବଶ୍ୟକ କମରସିଆଲ ଏରିଆ ସହିତ ୧୯୨ଟି ଆବାସିକ ୟୁନିଟ୍ ରହିଛି, ଯାହା ସବୁ ସ୍ଥାୟୀ ଏବଂ ଆଧୁନିକ ସ୍ଥାପତ୍ୟ ଦୃଷ୍ଟିକୋଣ ସହିତ ଡିଜାଇନ୍ କରାଯାଇଛି। ଖଣ୍ଡଗିରି ଛକ ନିକଟରେ ଅବସ୍ଥିତ ସଲିୟୋରରେ ଶାନ୍ତ ଜୀବନଯାପନ ସ୍ଥାନର ସୁବିଧା ଉପଲବ୍ଧ ହେବ ।

ନୀଳାଚଳ ହୋମ୍ସର ପରିଚାଳନା ନିର୍ଦ୍ଦେଶକ ଗୋଲକ ବିହାରୀ ଶତପଥୀ ଏହି ପ୍ରକଳ୍ପର ସ୍ଵତନ୍ତ୍ର ବୈଶିଷ୍ଟ୍ୟ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରି କହିଛନ୍ତି, ସଲିଟେୟାର ଏହାର ଡୁଆଲ ବେସମେଣ୍ଟ ପାର୍କି, ପରିବେଶ ଅନୁକୂଳ ନିର୍ମାଣ ଏବଂ ଜୀବନଧାରଣ ଅନୁଭୂତିକୁ ବଢ଼ାଇବା ପାଇଁ ପ୍ରସ୍ତୁତ ଅନେକ ସୁବିଧା ସୁଯୋଗ ସହିତ ଉପଲବ୍ଧ ହେବ। ଉଦ୍ୟାନଠାରୁ ଆରମ୍ଭ କରି ଉନ୍ନ‌ତ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ, ପ୍ରତ୍ୟେକ ଡିଜାଇନ ଗ୍ରାହକଙ୍କ ଆବଶ୍ୟକ ଏବଂ ପରିବେଶ ସହିତ ସମନ୍ବୟ ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତ କରାଯାଇଛି।

ଭୁବନେଶ୍ବର ଖଣ୍ଡଗିରି ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ ବିପିସିଏଲ୍ ପେଟ୍ରୋଲ ପମ୍ପ ନିକଟରେ ସଲିଟେୟାର ସିଙ୍ଗଲ ୱାର, ଉଭୟ ଆବାସିକ ଏବଂ କମରସିଆଲ ସ୍ପେଶ ସହ ଉପଲବ୍ଧ। ଏହାର ୨୧ ଓ ୨୨ ତମ ମହଲାରେ କ୍ଳବ କ୍ରାଉନ୍’ ମନୋରଞ୍ଜନ ସ୍ଥାନ, ସୁଇମିଂ ପୁଲ୍ ଏବଂ ଖୋଲା ଆକାଶ ତଳେ ୩୦ରୁ ଅଧିକ ବିଳାସପୂର୍ଣ୍ଣ ସୁବିଧା ରହିଛି। ବାସିନ୍ଦାମାନେ ରୁଫ୍ ତପ୍ ସୁଇମିଂ ପୁଲ, ଆଧୁନିକ ଜିମ୍, ଯୋଗ ରନ୍ ସମେତ ଏକାକ ବିଶ୍ରାମ ଏବଂ ଫିଟନେସ୍ ସୁବିଧା ମଧ୍ୟ ଉପଭୋଗ କରିପାରିବେ, ଯାହା ସେମାନଙ୍କୁ ଏକ ଅତୁଳନୀୟ ଜୀବନଧାରଣ ଅନୁଭୂତି ପ୍ରଦାନ କରିବ।

ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ଆପଣମାନେ ମୋବାଇଲ ନମ୍ବର ୯୧୨୪୬୬୫୦୧୩, ୯୩୩୭୫୩୬୧୦୦ ଓ ୯୬୬୮୬୭୮୮୨୯ରେ ଯୋଗାଯୋଗ କରିପାରିବେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories