bjd gruha runa

ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଇ ୩ ଗିରଫ

BJD Bijuli 480×75 Mob

ଫୁଲବାଣୀ,ଦାରିଙ୍ଗବାଡ଼ି : ବନ ବିଭାଗର ସଚେତନତା ସତ୍ତ୍ୱେ ଲୋକେ ହେଉନାହାନ୍ତି ସଚେତନ । ବନ୍ୟ ପ୍ରାଣୀ ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଉଛନ୍ତି । ଏମିତି ଏକ ଘଟଣା ସାମ୍ନାକୁ ଆସିବା ପରେ ୩ ଜଣ ଗିରଫ ହୋଇଛନ୍ତି । ଜୀବଜନ୍ତୁ ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବାବେଳେ ଦାରିଙ୍ଗବାଡ଼ି ବନବିଭାଗ କର୍ମଚାରୀ  ୩ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଏସିଏଫ୍ ପ୍ରଫୁଲ୍ଲ ମଲ୍କିକ୍ ।

ସୂଚନା ମୁତାବକ ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ବୁଡ଼ାଗୁଡ଼ା ସେକ୍ସନର ଋତୁଙ୍ଗିଆ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ସିର୍ସି ପାଙ୍ଗା ଜଙ୍ଗଲରେ ଗତକାଲି ରାତିରେ ନିଆଁ ଲାଗିବା ନେଇ ସାଟେଲାଇଟ୍ ମାଧ୍ୟମରେ ସୂଚନା ମିଳିଥିଲା । ଖବର ପାଇ  ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ତଥା ବାଲିଗୁଡା ଏସିଏଫ ସତୀଶ କୁମାର ଧାରୁଆଙ୍କ ନେତୃତ୍ୱରେ ବୁଡ଼ାଗୁଡ଼ା ବନପାଳ ହରିଶ ପ୍ରଧାନ, ବନରକ୍ଷୀ ସୁଶୀଲ କୁମାର ପ୍ରଧାନ, ତିଲୋରୀ ବନରକ୍ଷୀ ସମୀର ନାୟକ, ସିମନବାଡ଼ି ବନପାଳ ରବି ମୋହନ ନାୟକ,  ଫାୟାର ସ୍କ୍ୱାର୍ଡ କର୍ମୀ  ପ୍ରମୁଖ ରାତି ପ୍ରାୟ ୧୧ଟାରେ ନିଆଁ ଲିଭାଇବାକୁ ଯାଇଥିଲେ ।  ସେହି ସମୟରେ  ନିଆଁ ଲଗାଇ ଜନ୍ତୁ ଶିକାର କରିବା ପାଇଁ ଜଙ୍ଗଲ ଭିତରେ ଥିବା ୩ ଜଣ ଦୁର୍ବୁତ୍ତଙ୍କୁ ବନ ବିଭାଗ କର୍ମଚାରୀ ମାନେ ଧରିବାରେ ସଫଳ ହୋଇଥିଲେ ।

ସେମାନଙ୍କଠାରୁ ଗୋଟିଏ  ଗୁଳି ଭର୍ତ୍ତି ହୋଇଥିବା ଦେଶୀ ବନ୍ଧୁକ, ନିଆଁ ଲଗାଇବା ପାଇଁ ଦିଆସିଲି ସମେତ ଦୁଇଟି ମୋବାଇଲ, ଦୁଇଟି ଟର୍ଚ୍ଚ ଲାଇଟ, ବାଟଲି ଖଡ଼ା ଆଦି ଜବତ ହୋଇଛି । ଗିରଫ ତିନି ଅଭିଯୁକ୍ତ ହେଲେ ଗୁମିକିଆ ପଞ୍ଚାୟତ କିଲୁକୁପା ଗ୍ରାମର ମୋହିତ ପ୍ରଧାନ, ଅକ୍ଷୟ ପ୍ରଧାନ,   କୁନ୍ଦୁପାଙ୍ଗା ଗ୍ରାମର ରାଜେଶ ପ୍ରଧାନ । ଏସିଏଫ ମଲ୍ଲିକ ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଏହି ଘଟଣାରେ ଆଉ କିଏ ସାମିଲ ଅଛନ୍ତି ସେ ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଥିବାବେଳେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

Comments are closed.