www.samajalive.in
Sunday, December 7, 2025
14.1 C
Bhubaneswar

ବିଜେପିର ରଥଯାତ୍ରା ଉପରେ ରୋକ୍‍ ଲଗାଇଲେ କଲିକତା ହାଇକୋର୍ଟ

କଲକାତା : କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁକ୍ରବାର ପଶ୍ଚିମବଙ୍ଗରେ ବିଜେପିର ରଥଯାତ୍ରା ଉପରେ ରୋକ୍‍ ଲଗାଇଛନ୍ତି। କୋର୍ଟ ଏହି ମାମଲାକୁ ବିଚାର ପାଇଁ ଟ୍ରାଏଲ କୋର୍ଟକୁ ପଠାଇ ଦେଇଛନ୍ତି। ଏହାସହ ଗୁଇନ୍ଦା ସଂସ୍ଥାଙ୍କ ସୂଚନା ଉପରେ ବିଚାର କରିବାକୁ ଏକ ଜଣିକିଆ ପୀଠକୁ ନିର୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ବିଜେପିକୁ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିଥିଲେ। ଏହି ରାୟ ବିରୋଧରେ ପଶ୍ଚିମବଙ୍ଗ ସରକାର ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ନିକଟରେ ନିବେଦନ କରିଥିଲେ।
କୋର୍ଟଙ୍କ ଏହି ରାୟ ପରେ ବିଜେପିର ଏହି ର‍୍ୟାଲିକୁ ଅଟକଇବା ଲାଗି ମମତା ସରକାରଙ୍କ ଉଦ୍ୟମ ସଫଳ ହୋଇଛି। ବିଜେପି ର‍୍ୟାଲି ନିମନ୍ତେ ଉପଯୁକ୍ତ କାରଣ ଦର୍ଶାଇ ନ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥିସହ ଏହି ରାଲି ଦ୍ୱାରା ସମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହେବା ଆଶଙ୍କା ଦର୍ଶାଯାଇଛି। ପଶ୍ଚିମବଙ୍ଗ ସରକାର ଡିସେମ୍ବର ୧୫ରେ ହେବାକୁ ଥିବା ଏହି ରଥଯାତ୍ରା ପାଇଁ ଅନୁମତି ଦେବାକୁ ମନା କରିଥିଲା। ତେବେ ମମତା ସରକାରଙ୍କ ଏହି ପଦକ୍ଷେପ ଯୋଜନାବଦ୍ଧ ଥିବା ଅଭିଯୋଗ କରି ବିଜେପି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଗୁରୁବାର ରାୟ ବିଜେପିର ସପକ୍ଷରେ ଥିବାବେଳେ ଶୁକ୍ରବାର ରାୟ ବିଜେପି ବିପକ୍ଷରେ ଯାଇଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories