www.samajalive.in
Sunday, December 14, 2025
16.1 C
Bhubaneswar

ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଚରମ ସୀମାରେ ପ୍ରଚାର

ଡେସ୍କ: ଆସନ୍ତାକାଲି (ବୁଧବାର) ଶେଷ ହେବାକୁ ଥିବା ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଦେଶବ୍ୟାପୀ ଏକାଧିକ ରାଲି କରୁଛନ୍ତି। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୯ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ବୟାନ ନେଇ ସମାଲୋଚନା କରିଛନ୍ତି ଯେ ଇଣ୍ଡିଆ ଗୋଷ୍ଠୀ କ୍ଷମତାକୁ ଆସିଲେ ନାଗରିକତା ସଂଶୋଧନ ଆଇନକୁ ଉଚ୍ଛେଦ କରିବ।

କମ୍ ଉପସ୍ଥାନ ପାଇଁ ଦରମା କମାଇଲା ଟିସିଏସ୍

- Advertisement -

ଶ୍ରୀ ଶାହା କହିଛନ୍ତି ଯେ କଂଗ୍ରେସ ତୁଷ୍ଟୀକରଣ ରାଜନୀତିକୁ ନିର୍ବାଚନ ଜିତିବା ପାଇଁ ଏକ ଅସ୍ତ୍ର ଭାବେ ବ୍ୟବହାର କରିଛି। ଏନଡିଏ ସରକାର ସମସ୍ତଙ୍କ ନ୍ୟାୟ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ସିଏଏ କେବେ ବି ଉଚ୍ଛେଦ ହେବ ନାହିଁ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଶ୍ରୀ ଶାହା ଆହୁରି ମଧ୍ୟ କହିଛନ୍ତି ଯେ ନିର୍ଦ୍ଧାରିତ ସମୟରେ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ତିନୋଟି ଅପରାଧିକ ଆଇନ କାର୍ଯ୍ୟକାରୀ କରାଯିବ।

ଯେତେ ବଡ ବିଜ୍ଞାପନ, ସେତିକି ବଡ କ୍ଷମା ପ୍ରାର୍ଥନା ହେବା ଉଚିତ: ସୁପ୍ରିମକୋର୍ଟ

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି କର୍ଣ୍ଣାଟକର ଚିତ୍ରଦୁର୍ଗା ଏବଂ ବାଙ୍ଗାଲୋର ଦକ୍ଷିଣ ସଂସଦୀୟ କ୍ଷେତ୍ରରେ ଦୁଇଟି ଜନସଭାକୁ ସମ୍ବୋଧିତ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories