nua o banner

ଆହୁରି ୩ ଦିନ ଜଳିବ:  ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ

BSKY banner  750×100

ଭୁବନେଶ୍ବର: ଗତକାଲି ଅପେକ୍ଷା ଆଜି ତାତି ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟର ୧୮ଟି ସହରର ତାପାମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୪୨.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସର୍ବାଧିକ ଉତ୍ତପ୍ତ ବୋଲି ଜଣାପଡ଼ିଛି। ସେହିପରି ନୟାଗଡ଼ ୪୨.୨, ଭୁବନେଶ୍ବର ଓ ବଳାଙ୍ଗିର ୪୧.୮, ଅନୁଗୁଳ ୪୧.୭, ନୟାଗଡ଼ ୪୧.୫, କଟକ ୩୮.୨ ଡିଗ୍ରୀ ରେକର୍ଡ କରାଯାଇଛି। ଖରା ସାମାନ୍ୟ କମିଥିଲେ ବି ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆସନ୍ତା ୩ ଦିନ ମଧ୍ୟରେ ସାରା ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଗ୍ରୀଷ୍ଣ ପ୍ରକୋପ ଜାରି ରହିବା ସମ୍ଭାବନା ରହିଛି। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ। ଏହି ୫ ଦିନ ମଧ୍ୟରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବଡ଼ିବା ସମ୍ଭାବନା ରହିଛି।

Comments are closed.