www.samajalive.in
Monday, December 15, 2025
27.1 C
Bhubaneswar

ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ରାଜ୍ୟମାନଙ୍କରେ ଗ୍ରୀଷ୍ମ ପ୍ରବାହ ଚେତାବନୀ, ଭୋଟିଂରେ ପଡିପାରେ ପ୍ରଭାବ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଶୁକ୍ରବାର(୨୬ ଏପ୍ରିଲ)ରେ ୧୨ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୮୯  ଆସନରେ ମତଦାନ ହେବ । ଏହି ଅବସରରେ ଭାରତର ପାଣିପାଗ ବିଭାଗ ମତଦାନ ହେଉଥିବା ୪ ରାଜ୍ୟ ବିହାର, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗର କିଛି ଅଂଶରେ ଗ୍ରୀଷ୍ମ ପ୍ରବାହର ଚେତାବନୀ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ଚେତାବନୀ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଚିନ୍ତାରେ ପକାଇଛି । ବିଶେଷଜ୍ଞଙ୍କ ଅନୁସାରେ ଏହି ରାଜ୍ୟମାନଙ୍କରେ ଝାଞ୍ଜି ଯୋଗୁଁ ମତଦାନରେ ହ୍ରାସ ଦେଖିବାକୁ ମିଳିପାରେ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟରେ ହାରାହାରି ଅପେକ୍ଷା କମ୍ ଭୋଟିଂ ପରେ ଦ୍ବିତୀୟ ପର୍ଯ୍ୟାରେ ମଧ୍ୟ ଗ୍ରୀଷ୍ମ ପ୍ରବାହର ଆଶଙ୍କା ରହିଛି ।

ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଚରମ ସୀମାରେ ପ୍ରଚାର

- Advertisement -

ପାଣିପାଗ ବିଭାଗ ଅନୁସାରେ ୨୬ ଏପ୍ରିଲରେ ଦ୍ବିତୀୟ ପର୍ଯ୍ୟାୟ ଦିନ ପୂର୍ବ ଭାରତର ସମସ୍ତ ସବ-ଡିଭିଜନରେ ଆଗାମୀ ୫ ଦିନରେ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ କରାଯାଇଛି । ପଶ୍ଚିମବଙ୍ଗରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବା ପୂର୍ବାନୁମାନ ହୋଇଛି । କୌଣସି ଅଞ୍ଚଳରେ ଯେବେ ଅତ୍ୟଧିକ ତାତି ହୋଇଥାଏ ସେବେ ସେଠାରେ ହାରାହାରି ତାପମାତ୍ରା ୬.୫ ଡିଗ୍ରୀ ସେଲସିୟସ ଅଧିକ ହୋଇଯାଏ । ବିହାରରେ ମଧ୍ୟ ତାତି ରହିବ ଏବଂ ସେଠାରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ହେବ । ତେବେ କହିରଖୁଛୁ ସାଧାରଣ ନାଗରିକ ତାତିରୁ କିଭଳି ରକ୍ଷା ପାଇପାରିବେ, ଏହାକୁ ନେଇ ନିର୍ବାଚନ ଆୟୋଗ ସଚେତନତା ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories