www.samajalive.in
Saturday, December 13, 2025
26.1 C
Bhubaneswar

ଆସିଆନ ଭାରତର ଆକ୍ଟ ଇଷ୍ଟ ନୀତିର କେନ୍ଦ୍ରରେ ରହିଛି – ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର

ଡେସ୍କ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଆଜି କହିଛନ୍ତି ଯେ ଭାରତ ପ୍ରକୃତରେ ବିଶ୍ୱାସ କରେ ଯେ ଏକ ଶକ୍ତିଶାଳୀ ଏବଂ ଏକତ୍ରିତ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ସଂଘ (ଆସିଆନ୍) ଭାରତ-ପ୍ରଶାନ୍ତ ମହାସାଗରର ଆଞ୍ଚଳିକ ଢାଞ୍ଚାରେ ଗଠନମୂଳକ ଭୂମିକା ଗ୍ରହଣ କରିପାରିବ। ପ୍ରଥମ ଆସିଆନ୍ ଫ୍ୟୁଚର ଫୋରମରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଡ. ଜୟଶଙ୍କର କହିଛନ୍ତି ଯେ ‘ଭାରତର ଭାରତ-ପ୍ରଶାନ୍ତ ମହାସାଗରୀୟ ପଦକ୍ଷେପ’ (ଆଇପିଓଆଇ) ଏବଂ ଭାରତ-ପ୍ରଶାନ୍ତ ମହାସାଗରଉପରେ ଆସିଆନ୍ ଆଉଟଲୁକ୍ (ଏଓଆଇପି) ମଧ୍ୟରେ ସମନ୍ୱୟ ବ୍ୟାପକ ନିରାପତ୍ତା ପାଇଁ ଆହ୍ୱାନର ମୁକାବିଲା ସମେତ ସହଯୋଗର ଏକ ଦୃଢ଼ ଢାଞ୍ଚା ପ୍ରଦାନ କରୁଛି।

ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ରାଜ୍ୟମାନଙ୍କରେ ଗ୍ରୀଷ୍ମ ପ୍ରବାହ ଚେତାବନୀ, ଭୋଟିଂରେ ପଡିପାରେ ପ୍ରଭାବ

- Advertisement -

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସିଆନ ଭାରତର ଆକ୍ଟ ଇଷ୍ଟ ନୀତିର କେନ୍ଦ୍ରରେ ରହିଛି ଏବଂ ଭାରତର ବ୍ୟାପକ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଭିଯାନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଆନ୍ତର୍ଜାତିକ ବ୍ୟାପାରରେ ବିଶ୍ୱ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିବା ଏବଂ ବୃହତ ଭୂମିକା ଗ୍ରହଣ କରିବାର ସମୟ ଆସିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଥିଲେ ଯେ ନୌଚଳାଚଳ, ଓଭରଫ୍ଲାଇଟ୍ ଏବଂ ଅବାଧ ବାଣିଜ୍ୟର ସ୍ୱାଧୀନତାକୁ ସମସ୍ତେ ସମ୍ମାନ ଦେବା ଏବଂ ସୁବିଧା ପ୍ରଦାନ କରିବା ଜରୁରୀ। କ୍ୱାଡର ଭୂମିକା ଉପରେ ଆଲୋକପାତ କରି ଡ. ଜୟଶଙ୍କର କହିଥିଲେ ଯେ କ୍ୱାଡ୍ ନେତାମାନେ ଆସିଆନ୍ ପାଇଁ ସେମାନଙ୍କର ଅତୁଟ ସମର୍ଥନ ପ୍ରଦାନ କରିବାରେ ନିରନ୍ତର ରହିଛନ୍ତି।

https://samajalive.in/weather-forecast-news-11222112/555327.html

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories