www.samajalive.in
Sunday, December 14, 2025
18.1 C
Bhubaneswar

ଡାଟା ବ୍ୟବହାରରେ ଚାଇନା ମୋବାଇଲକୁ ପଛରେ ପକାଇ ରିଲାଏନ୍ସ ଜିଓ ଏବେ ବିଶ୍ୱର ସର୍ବବୃହତ ମୋବାଇଲ୍ ଅପରେଟର

– ଗୋଟିଏ ତ୍ରୟମାସରେ ଜିଓ ନେଟୱାର୍କରେ ୪୦.୯ ଏକ୍ସାବାଇଟ୍ ଡାଟା ବ୍ୟବହାର ରେକର୍ଡ କରାଯାଇଛି

– ଏୟାରଟେଲ ଚତୁର୍ଥ ସ୍ଥାନରେ ରହିଛି

- Advertisement -

ଭୁବନେଶ୍ୱର  : ଭାରତୀୟ ଟେଲିକମ୍ କ୍ଷେତ୍ରରେ ନିଜର ଆଧିପତ୍ୟ ପ୍ରତିଷ୍ଠା କରିବା ପରେ ରିଲାଏନ୍ସ ଜିଓ ଡାଟା ବ୍ୟବହାର ଦୃଷ୍ଟିରୁ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଡାଟା ଟ୍ରାଫିକରେ ରିଲାଏନ୍ସ ଜିଓ ଏବେ ବିଶ୍ୱର ଏକ ନମ୍ବର କମ୍ପାନୀ ହୋଇପାରିଛି। ଗତ ତ୍ରୟମାସରେ ଜିଓ ନେଟୱାର୍କରେ ମୋଟ ଡାଟା ଟ୍ରାଫିକ୍ ୪୦.୯ ଏକ୍ସାବାଇଟ୍ ରେକର୍ଡ କରାଯାଇଛି। ଏଥି ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ଡାଟା ଟ୍ରାଫିକରେ ଏକ ନମ୍ବର କମ୍ପାନୀ ଥିବା ଚାଇନା ମୋବାଇଲ୍ ଦୁଇ ନମ୍ବର ସ୍ଥାନକୁ ଖସି ଆସିଛି। ଏହାର ନେଟୱାର୍କରେ ଡାଟା ବ୍ୟବହାର ଗତ ତ୍ରୟମାସରେ ୪୦ ଏକ୍ସାବାଇଟରୁ ମଧ୍ୟ କମ୍ ରହିଛି। ଡାଟା ବ୍ୟବହାର ଦୃଷ୍ଟିରୁ ଅନ୍ୟ ଏକ ଚାଇନିଜ୍ କମ୍ପାନୀ ଚାଇନା ଟେଲିକମ୍ ତୃତୀୟ ସ୍ଥାନରେ ଥିବାବେଳେ ଭାରତର ଏୟାରଟେଲ୍ ଚତୁର୍ଥ ସ୍ଥାନରେ ରହିଛି। ବିଶ୍ୱର ଟେଲିକମ୍ କମ୍ପାନୀଗୁଡିକର ଡାଟା ଟ୍ରାଫିକ୍ ଏବଂ ଗ୍ରାହକଙ୍କ ଆଧାର ଉପରେ ନଜର ରଖୁଥିବା ଟିଏଫିସିଏଣ୍ଟ ଏହାର ସଦ୍ୟତମ ରିପୋର୍ଟରେ ଏହି ସୂଚନା ଦେଇଛି।

୫ଜି ସେବା ଆରମ୍ଭ ହେବା ପରେ ରିଲାଏନ୍ସ ଜିଓର ନେଟୱାର୍କରେ ଡାଟା ବ୍ୟବହାର ପୂର୍ବ ବର୍ଷ ତୁଳନାରେ ୩୫.୨ ପ୍ରତିଶତ ବୃଦ୍ଧି ପାଇଛି। ଏହି ବୃଦ୍ଧି ପଛରେ ପ୍ରମୁଖ କାରଣ ରହିଛି ଜିଓର ଟ୍ରୁ ୫ଜି ନେଟୱାର୍କ ଏବଂ ଜିଓ ଏୟାର ଫାଇବରର ବିସ୍ତାର। ରିଲାଏନ୍ସ ଜିଓର ତ୍ରୟମାସ ଆର୍ଥିକ ଫଳାଫଳ ତଥ୍ୟ ଅନୁଯାୟୀ, ଜିଓ ଟ୍ରୁ ୫ଜି ନେଟୱାର୍କରେ ୧୦ କୋଟି ୮୦ ଲକ୍ଷ ଗ୍ରାହକ ଯୋଡି ହୋଇଛନ୍ତି ଏବଂ ଜିଓର ମୋଟ ଡାଟା ଟ୍ରାଫିକର ପ୍ରାୟ ୨୮ ପ୍ରତିଶତ ବର୍ତ୍ତମାନ ୫ଜି ନେଟୱାର୍କରୁ ଆସୁଛି। ଅନ୍ୟପକ୍ଷରେ, ଜିଓ ଏୟାର ଫାଇବର ମଧ୍ୟ ଦେଶର ୫,୯୦୦ ସହରରେ ଏହାର ସେବା ଆରମ୍ଭ କରିଛି।

ନିକଟରେ କମ୍ପାନୀ ପକ୍ଷରୁ ପ୍ରକାଶିତ ତ୍ରୟମାସ ଆର୍ଥିକ ଫଳାଫଳ ଘୋଷଣା ତଥ୍ୟ ଅନୁଯାୟୀ, ଜିଓ ନେଟୱାର୍କରେ ଗ୍ରାହକଙ୍କ ପାଇଁ ମାସିକ ଡାଟା ବ୍ୟବହାର ୨୮.୭ ଜିବିକୁ ବୃଦ୍ଧି ପାଇଛି, ଯାହା ତିନି ବର୍ଷ ପୂର୍ବେ ମାତ୍ର ୧୩.୩ ଜିବି ଥିଲା। ସୂଚନାଯୋଗ୍ୟ ଯେ ୨୦୧୮ ରେ, ଏକ ତ୍ରୟମାସରେ ଭାରତରେ ମୋଟ ମୋବାଇଲ୍ ଡାଟା ଟ୍ରାଫିକ୍ ମାତ୍ର ୪.୫ ଏକ୍ସାବାଇଟ୍ ଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories