www.samajalive.in
Wednesday, December 10, 2025
16.1 C
Bhubaneswar

ଜାଣନ୍ତୁ ଫୋନ୍ ରିଷ୍ଟାଟ୍ କରିବା ଭଲ ନା ପାୱାର ଅଫ୍ , ଏମିତି କଲେ ଜମା ଖରାପ ହେବନି ଫୋନ୍..

ନୂଆଦିଲ୍ଲୀ : ଫୋନ୍ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି। ଲୋକଙ୍କ ଛୋଟରୁ ଆରମ୍ଭ କରି ବଡ ଅନେକ କାମ ଏହି ଫୋନ୍ ଦ୍ୱାରା କରାଯାଇ ପାରୁଛି। ଫୋନ୍ ନୂଆ କିଣା ଯାଇଥିବା ସମୟରେ ଏହାକୁ ଯତ୍ନର ସହ ବ୍ୟବହାର କରାଯିବା ସହ ବ୍ୟବହାର କରିବାକୁ ଖୁବ୍ ମଜା ଲାଗି ଥାଏ। ମାତ୍ର ପୁରୁଣା ହେବା ପରେ ଫୋନ୍ ରେ ଅନେକ ସମସ୍ୟା ଦେଖା ଦେଇଥାଏ। ଅନେକ ସମୟରେ ଫୋନ୍ ରେ ଏଭଳି କିଛି ସମସ୍ୟା ଆରମ୍ଭ ହୋଇଯାଏ, ଏହା ବ୍ୟବହାର କରିବା ସମ୍ଭବ ହୋଇନଥାଏ, ଏଥିପାଇଁ ଉପଭୋକ୍ତା ସୁଇଜ୍ ଅଫ୍ କରି ଥାଆନ୍ତି। ଫଳରେ ପୁଣି ଅନ୍ କରିବା ପରେ ସଠିକ୍ ଭାବେ ଚାଲି ପାରିବ। ଫୋନ୍ ରେ ଉଭୟ ପାୱାର ଅଫ୍ ଓ ରିଷ୍ଟାଟ୍ ଅପସନ୍ ଥାଏ। ପାୱାର ଅଫ୍ କରିବା ପରେ ଫୋନ୍ ବନ୍ଦ ହୋଇଯାଏ ଓ ପୁଣି ଥରେ ଏହାକୁ ଅନ୍ କରିବାକୁ ପଡିଥାଏ। ସେହିଭଳି ରିଷ୍ଟାଟ୍ କରିବା ଦ୍ୱାରା ଫୋନ୍ ଆପେ ଆପେ ବନ୍ଦ ହୋଇ ପୁଣି ଅନ୍ ହୋଇଯାଏ।

ହାତୀ ପାଖରେ ଯୁବକ ଏମିତି କଲେ ; ତା’ପରେ ଘଟିଲା କିଛି ଏମିତି, ଦେଖନ୍ତୁ ଭିଡିଓ..

- Advertisement -

ମାତ୍ର ଆପଣ କେବେ ଚିନ୍ତା କରିଛନ୍ତି, ଦୁଇଟିର କାମ ଗୋଟିଏ ହେଲେ ଏହି ୨ଟି ଅପସନ୍ କାହିଁକି ଥାଏ। ଏହି ଦୁଇଟି ଅପସନ୍ ର କାମ କ’ଣ। ପ୍ରତ୍ୟେକ ସପ୍ତାହରେ ନିଜ ଫୋନ୍ କୁ ରିଷ୍ଟାଟ୍ କରିବା ଦ୍ୱାରା ମେମୋରି ଲିକ୍ ରୋକିବାରେ ସହାୟକ ହୋଇଥାଏ। ଏକ ରିପୋର୍ଟ ଅନୁଯାୟୀ, କୌଣସି ଆପ୍ କୁ କାର୍ଯ୍ୟ କରିବା ପାଇଁ ଅଧିକ ମାତ୍ରାରେ ମେମୋରୀର ଆବଶ୍ୟକତା ହୋଇଥାଏ, ଫଳରେ ମେମୋରୀ ଲିକ୍ ହୋଇଥାଏ। ମାତ୍ର ଆପ୍ ବ୍ୟବହାର ନକରିବା ଦ୍ୱାରା ମେମୋରୀ ଖାଲି ହୋଇନଥାଏ।
ନିଜ ଫୋନ୍ କୁ ରିଷ୍ଟାଟ୍ କରିବା ଦ୍ୱାରା କନେକ୍ଟିଭିଟିରେ ଆସୁଥିବା ସମସ୍ୟାରୁ ରକ୍ଷା ପାଇବା ପାଇଁ ସହାୟକ ହୋଇଥାଏ। ପୁରୁଣା ସ୍ମାର୍ଟ ଫୋନ୍ କେବେ କେବେ ଡାଟା ଓ ୱାଇଫାଇରେ କନେକ୍ଟ ହୋଇ ପାରେ ନାହିଁ। ଏହାଦ୍ୱାରା ଫୋନ୍ ରିଷ୍ଟାଟ୍ କରିବା ପରେ ପୁଣି ଥରେ କନେକ୍ଟ କରିବାକୁ ପଡିଥାଏ।

୧୨ ବର୍ଷ ପରେ ଗୁରୁ-ଶୁକ୍ର ଏକାଠିରେ ହେବ ଖାସ୍ ଯୋଗ,ସୁନାଭଳି ଚମକିବ ଏହି ରାଶିର ଭାଗ୍ୟ..

ଫୋନ୍ ପାୱାର ଅଫ୍ କରିବା ଦ୍ୱାରା ଏହାର କ୍ୟାଚେ ଡାଟାକୁ କ୍ଲିୟର କରିବାରେ ସହାୟକ ହୋଇଥାଏ, ଫଳରେ ଆପଣଙ୍କ ଫୋନକୁ ଅଧିକ ଭଲ ଭାବେ ଅପରେଟ୍ କରିଥାଏ ଅର୍ଥାତ ଫୋନ୍ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିପାରିଥାଏ।
ଫୋନକୁ ସଟ୍ ଡାଉନ ଓ ରିଷ୍ଟାଟ କରିବା ବ୍ୟତୀତ ଫୋନର ବ୍ୟାକଗ୍ରାଉଣ୍ଡରେ ଚାଲୁଥିବା ଆପକୁ କ୍ଲିୟର କରିବା ଆବଶ୍ୟକ।
ଫୋନ୍ ଅଧକ ହ୍ୟାଙ୍ଗ୍ ହେଲେ, ଆପ୍ ସଠିକ୍ ଭାବେ କାର୍ଯ୍ୟ ନକଲେ, ସଫ୍ଓୟାରରେ ସମସ୍ୟା ଦେଖାଦେବା ଦ୍ୱାରା ସାଧାରଣତଃ ରିଷ୍ଟାଟ୍ କରାଯାଏ। ଏପରି କରିବା ଦ୍ୱାରା ଫୋନ୍ ଭଲ ଭାବେ ବ୍ୟବହାର କରି ହୋଇଥାଏ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories