ଡେସ୍କ: ଆଜି ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି। ୩୨ଟି ସହରରେ ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ୧୦ଟି ସହରରେ ତାପମାତ୍ରା ୪୩ ଡ଼ିଗ୍ରୀରୁ ଅଧିକ ରେକର୍ଡ ହୋଇଛି। ସୂଚନା ଅନୁଯାୟୀ, ଆସନ୍ତା ୨୧ ଯାଏଁ ରାଜ୍ୟରେ ଗ୍ରୀଷ୍ମ ଲହରୀ ଅବ୍ୟାହତ ରହିବ।
ଆଜି ବୌଦ୍ଧ ଠାରେ ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବାରିପଦା ଠାରେ ୪୪.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।
ଲୋକସଭା ନିର୍ବାଚନ: ଅପରାହ୍ନ ୧ଟା ସୁଦ୍ଧା ପ୍ରାୟ ୪୦% ମତଦାନ, ପଶ୍ଚିମବଙ୍ଗରେ ହିଂସାକାଣ୍ଡ
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଝାରସୁଗୁଡ଼ାରେ ୪୩.୮, ଅନୁଗୁଳରେ ୪୩.୭, ଟିଟଲାଗଡ଼ରେ ୪୩.୫, ବଲାଙ୍ଗୀରରେ ୪୩, ଭବାନୀପାଟଣାରେ ୪୩, ମାଲକାନଗିରିରେ ୪୩, ନୂଆପଡାରେ ୪୩, ନୟାଗଡରେ ୪୩, ତାଳଚେରରେ ୪୨.୮, କଟକରେ ୪୨.୭, ସମ୍ବଲପୁରରେ ୪୨.୫, ଢେଙ୍କାନାଳରେ ୪୨.୫, ସୁନ୍ଦରଗଡ଼ରେ ୪୨.୫, ରାଉରକେଲାରେ ୪୨.୪, ଚାନ୍ଦବାଲିରେ ୪୨.୨, ପାରଳାଖେମୁଣ୍ଡିରେ ୪୨.୨, କେନ୍ଦୁଝରଗଡ଼ରେ ୪୨.୨ ଓ ହୀରାକୁଦରେ ୪୨.୧ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି।



