www.samajalive.in
Monday, December 15, 2025
16.1 C
Bhubaneswar

ବିକାଶର ଅସଲ ଚିତ୍ର ବଖାଣୁଛି ଟାଙ୍ଗରପଡ଼ା

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଲରମ୍ଭା ପଞ୍ଚାୟତ ଅନ୍ତର୍ଗତ ୱାର୍ଡ ନଂ ୬ରେ ରହିଛି ଟାଙ୍ଗରପଡ଼ା ଗାଁ। ପଡ଼ୋଶୀ ଜିଲା ବଲାଙ୍ଗୀର କଳାହାଣ୍ଡିରୁ ଆସି ଦୀର୍ଘ ୭୦ ବର୍ଷରୁ ଉର୍ଦ୍ଧ୍ବ ହେବ ବସବାସ କରୁଛନ୍ତି ଏହି ଗ୍ରାମବାସୀ। ରାସ୍ତା, ପାନୀୟଜଳ, ବିଜୁଳି ସବୁ ଦୃଷ୍ଟିରୁ ଅବହେଳିତ ହୋଇ ରହିଛି ଏହି ଗାଁ । ଏଠାରେ ୨୦୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଥିବାବେଳେ ଏହି ଗାଁ ସମସ୍ୟା ଘେରରେ ରହିଛି । ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଏହି ଗ୍ରାମର ଲୋକେ କିପରି ଜୀବନ ଯାପନ କରୁଛନ୍ତି ସେମାନଙ୍କ ସମସ୍ୟା ସବୁ କ’ଣ ରହିଛି ତାହା ଆଖିରେ ନ ଦେଖିଲେ ବିଶ୍ଵାସ ହେବନି ।

ଆଜକୁ ଦୀର୍ଘ ବର୍ଷ ଧରି ଏହି ଗାଁରେ ଲୋକେ ବସବାସ କରି ଆସୁଥିଲେ ମଧ୍ୟ ଗାଁର ମୁଖ୍ୟ ସମସ୍ୟା ହେଉଛି ରାସ୍ତା, ପାନୀୟ ଜଳ ଓ ବିଜୁଳି । ଗ୍ରାମରେ ଗୋଟିଏ ମାତ୍ର ନଳକୂପ, ସେଥିରୁ ପୁଣି ବାହାରୁଛି ଲୁହା ମିଶା ପାଣି । ଲୋକେ ବାଧ୍ୟ ହେଉଛନ୍ତି ସେହି ପାଣି ବ୍ୟବହାର କରିବା ପାଇଁ। ତାହା ମଧ୍ୟ ଜନସଂଖ୍ୟା ତୁଳନାରେ ସମୁଦ୍ରକୁ ସଙ୍ଖେ ସଦୃଶ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଏହି ନଳକୂପରୁ ଆଉ ପାଣି ବାହାରେ ନାହିଁ। ତେଣୁ ୧ କିମି ଦୂରରେ ଥିବା ଏକ ଜୋରରୁ ପାଣି ଆଣି ବ୍ୟବହାର କରନ୍ତି ଲୋକେ। ପାଣି ଗୋଳିଆ ହେଉ କି ସଫା, ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ପଡ଼ି ନଥାଏ। କାରଣ ତାହା ଛଡ଼ା ଅନ୍ୟ କିଛି ଉପାୟ ନାହିଁ। ବସୁଧା ଯୋଜନାରେ ଆସୁଥିବା ପାଣି ମଧ୍ୟ ବନ୍ଦ ହୋଇ ପଡିଛି । ପାଇପ କେଉଁଠି ଫାଟି ଯାଇଥିବାରୁ ପାଣି ସଂଯୋଗ ହୋଇ ପାରୁନାହିଁ। ଏ ନେଇ ବାରମ୍ବାର ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ । ଝରଣାରେ ବନ୍ୟ ଜନ୍ତୁ, ଗୃହ ପାଳିତ ପ୍ରାଣୀ ଚଳପ୍ରଚଳ କରୁଥିବା ବେଳେ ସେହି ଦୂଷିତ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିବାରୁ ସେମାନଙ୍କ ଶରୀରରେ ରୋଗ ବି ଘର ନ କରିଵ ଏଥିରେ କିଛି ସନ୍ଦେହ ନାହିଁ। ଏ ତ ଗଲା ପାନୀୟ ଜଳ କଥା । ଗାଁକୁ ରାସ୍ତା ମଧ୍ୟ ନାହିଁ । ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ଯାଏଁ ଏହି ଗାଁକୁ କଂକ୍ରିଟ ରାସ୍ତାଟିଏ ହୋଇପାରିନି। ଆଜି ବି ଭାରରେ, ଖଟିଆରେ ବୁହା ହେଉଛନ୍ତି ଗର୍ଭବତୀ ମହିଳା ଓ ରୋଗୀ । ମାଟି ରାସ୍ତା ସାଙ୍ଗକୁ ଖାଲ ଖମାରେ ଭର୍ତ୍ତି ହୋଇ ରହିଥିବା ଏହି ରାସ୍ତା ଯୋଗୁ ଆମ୍ବୁଲାନ୍ସ ପହଞ୍ଚି ପାରେନାହିଁ ଗାଁକୁ। ଏପରିକି ବର୍ଷାଦିନେ କୋମଳମତି ଶିଶୁମାନେ ଖାଲ ଖମା ଭରା କାଦୁଆ ରାସ୍ତାରେ ଗୋଟିଏ କିମି ଚାଲି ଚାଲି ଯାଆନ୍ତି ଅଙ୍ଗନବାଡ଼ି କେନ୍ଦ୍ରକୁ । ତେବେ ଏଠି ଉଚ୍ଚ ଶିକ୍ଷାର ଆଶା ଆଉ କ’ଣ ରଖାଯାଇପାରିବ। ଘରକୁ ବିଜୁଳି ଯାଇଛି କିନ୍ତୁ ବାହାରେ ଅନ୍ଧାର। ପୂର୍ବତନ ସାଂସଦ ଡଃ ପ୍ରଭାସ ସିଂହଙ୍କ ଅବଦାନରୁ ଏକ ସୋଲାର ଲାଗିଛି। ଯାହା ଗ୍ରାମକୁ କିଛି ମାତ୍ରାରେ ଆଲୁଅ ଦେଉଛି। ସନ୍ଧ୍ୟା ହେବା ପରେ କେହି ଘରୁ ବାହାରି ପାରନ୍ତି ନାହିଁ। କବାଟ ବନ୍ଦ କରି ଘର ଭିତରେ ରହିଥାନ୍ତି। ଗ୍ରାମବାସୀ କ୍ଷୋଭ ପ୍ରକାଶ କରି କହନ୍ତି, ନିର୍ବାଚନ ସମୟରେ ସମସ୍ତେ ଭୋଟ୍ ପାଇଁ ଆସିଥାନ୍ତି। ଭୋଟ ପାଇଲା ପରେ ସମସ୍ତେ ଭୁଲି ଯାଆନ୍ତି। ଗତ ଥର ବିଜେପି ପ୍ରାର୍ଥୀ ସାଂସଦ ସୁରେଶ ପୂଜାରୀଙ୍କ ପାଞ୍ଚ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଦିନେ ବି ଏହି ଗାଁ ମାଡ଼ି ନାହାନ୍ତି । ତେଣୁ ତାଙ୍କର ଏହି ସମସ୍ତ ସମସ୍ୟାକୁ ଦୂର ନ କରିବା ପର୍ଯ୍ୟନ୍ତ କାହାରିକୁ ସେମାନେ ଭୋଟ ଦେବେ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗ୍ରାମରେ ଗୋଟିଏ ବି ଇନ୍ଦିରା ଆବାସ କି ମୋ କୁଡିଆ ଯୋଜନା ଘର ନାହିଁ । ଆଜି ଯାଏଁ ସବୁ ଘରଗୁଡ଼ିକ ମାଟି କାନ୍ଥ ସହ ଚାଳ ଛପର ହୋଇ ରହିଛି। କେବଳ ଭତ୍ତା ଓ ଚାଉଳ ଛଡା ଆଉ ସବୁ ଯୋଜନା ଏମାନଙ୍କ ପାଇଁ ସାତ ସପନ ହୋଇ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories