www.samajalive.in
Monday, December 15, 2025
14.1 C
Bhubaneswar

ଜିଲାପାଳଙ୍କୁ ଅଭିଯୋଗ କଲେ ମହିଳା, କହିଲେ ନିମ୍ନମାନର ହୋଇଛି ଶିକୁଳାପଦା-ମୁଣ୍ଡୁଳା ରାସ୍ତା ଉନ୍ନତିକରଣ

କେନ୍ଦୁଝରଗଡ଼: ବାଂଶପାଳ ବ୍ଲକ ଗୋନାସିକା ପଞ୍ଚାୟତ ଶିକୁଳାପଦାରୁ ମୁଣ୍ଡୁଳା ପର୍ଯ୍ୟନ୍ତ ଦେଢ଼ କିମି ରାସ୍ତା ଉନ୍ନତିକରଣ ପାଇଁ ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୋନାସିକା ଗସ୍ତ ଅବସରରେ ସ୍ଥାନୀୟ ଶିକୁଳାପଦା ଗ୍ରାମର ମହିଳାମାନେ ଲିଖିତ ଭାବେ ଗୁହାରୀ କରିଥିଲେ। ରାଷ୍ଟ୍ରପତିଙ୍କ ସୁପାରିଶକ୍ରମେ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରାସ୍ତାରେ ଥିବା ଘାଟିକୁ ସମତୁଲ ନକରି ଏବଂ ଉନ୍ନତମାନର ରାସ୍ତା ନିର୍ମାଣ ନକରି କେବଳ ମାଟି ମୋରମ ବିଛାଇ ନିମ୍ନମାନର ରାସ୍ତା ନିର୍ମାଣ କରାଯାଉଥିବା ଶିକୁଳପଦା ଗ୍ରାମର ସେବତୀ ଦେହୁରୀ, କୁସୁମୀ ଦେହୁରୀ, ସୁକାନ୍ତୀ ପ୍ରଧାନ, ସୁଲୋଚନା ନାଏକ ପ୍ରମୁଖ ଶୁକ୍ରବାର ଜିଲାପାଳଙ୍କୁ ଭେଟି ଘାଟି ରାସ୍ତା ସମତୁଲ ସହ ଉନ୍ନତମାନର ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି।

ଘାଟି ରାସ୍ତାକୁ କଟାଯାଇ ସମତୁଲ ପରେ ଉକ୍ତ ରାସ୍ତାକୁ କଂକ୍ରୀଟ୍‌‌ ରାସ୍ତା ନିର୍ମାଣ କରାନଗଲେ ବର୍ଷା ଋତୁରେ ଏହି ରାସ୍ତା ସମ୍ପୂର୍ଣ୍ଣ ଧୋଇ ନେଇଯିବା ଆଶଙ୍କା ରହିଛି। ତେଣୁ ବେଳ ଥାଉ ଥାଉ ଉକ୍ତ ରାସ୍ତା କଂକ୍ରୀଟ୍‌‌ ନିର୍ମାଣ କରିବାକୁ ଗ୍ରାମର ମହିଳାମାନେ ଜିଲାପାଳଙ୍କୁ ଭେଟି ଅନୁରୋଧ କରିଛନ୍ତି। ଯାତାୟାତଯୋଗ୍ୟ ରାସ୍ତା ନଥିବାରୁ ଜନନୀ ଏକ୍ସପ୍ରେସ୍‌‌ କିମ୍ବା ଆମ୍ବୁଲାନ୍ସ ସେବା ଗ୍ରାମକୁ ପହଞ୍ଚି ପାରୁନଥିବାରୁ ଏହାକୁ ଦୃଷ୍ଟିରେ ରଖି ଉନ୍ନତମାନର ରାସ୍ତା ନିର୍ମାଣ କରିବାକୁ ଗ୍ରାମର ମହିଳା ଜିଲାପାଳଙ୍କୁ ଭେଟି ଅନୁରୋଧ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories