www.samajalive.in
Monday, December 15, 2025
16.1 C
Bhubaneswar

୮୩୫୦ ନିର୍ବାଚନୀ ବଣ୍ଡ୍ ପାଇଁ ବିଲ୍ ଦାଖଲ କରିନାହିଁ ଷ୍ଟେଟ ବ୍ୟାଙ୍କ

ଡେସ୍କ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୧ କୋଟି ଟଙ୍କାର ୮୩୫୦ଟି ନିର୍ବାଚନୀ ବଣ୍ଡ୍ ଛାପିବା ପାଇଁ ବିଲ୍ ଦାଖଲ କରିନାହିଁ। ଗତ ଫେବ୍ରୁଆରି ମାସରେ ସୁପ୍ରିମକୋର୍ଟ ଏହି ଯୋଜନାକୁ ରଦ୍ଦ କରିବା ପରେ ତାହା ଅଚଳ ହୋଇଥିଲା। ଏହା ବ୍ୟତୀତ ଚଳିତ ବର୍ଷ ଜାନୁଆରୀରେ ନିର୍ବାଚନୀ ବଣ୍ଡ ବିକ୍ରିର ୩୦ତମ ପର୍ଯ୍ୟାୟ ପାଇଁ ସରକାରଙ୍କୁ ଏସବିଆଇକୁ ୪୩.୯୦ ଲକ୍ଷ ଟଙ୍କା ଦେବାକୁ ପଡିପାରେ। କମୋଡର ଲୋକେଶ କେ ବାତ୍ରା (ଅବସରପ୍ରାପ୍ତ) ଦାଖଲ କରିଥିବା ଆରଟିଆଇ ଆବେଦନର ଉତ୍ତରରେ ଅର୍ଥନୈତିକ ବ୍ୟାପାର ବିଭାଗ କହିଛି, ୮, ହଜାର ୩୫୦ ବଣ୍ଡ୍ ଛାପିବା ପାଇଁ ଚୂଡ଼ାନ୍ତ ବିଲ୍ ଭାରତ ସରକାରଙ୍କୁ ନିକଟରେ ଆଜି ପର୍ଯ୍ୟନ୍ତ ମିଳିନାହିଁ।

ଘରେ ପଶିବା ସମୟରେ ଅହିରାଜର ଲାଞ୍ଜ ଭିଡିଦେଲେ ବ୍ୟକ୍ତି, ଆଉ ତା ପରେ…

- Advertisement -

ଅର୍ଥନୈତିକ ବ୍ୟାପାର ବିଭାଗ କହିଛି ଯେ ୩୦ଟି ପର୍ଯ୍ୟାୟରେ ଇଲେକ୍ଟୋରାଲ ବଣ୍ଡ ବିକ୍ରି ହେବା ଫଳରେ ଜିଏସଟିକୁ ମିଶାଇ ସରକାରଙ୍କୁ କମିଶନ ଆକାରରେ ୧୨.୦୪ କୋଟି ଟଙ୍କା ଦେବାକୁ ପଡିଛି। ୨୯ଟି ପର୍ଯ୍ୟାୟରେ ଇଲେକ୍ଟୋରାଲ ବଣ୍ଡ ବିକ୍ରି ପାଇଁ ସରକାର ଏପର୍ଯ୍ୟନ୍ତ ୧୧.୬୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅର୍ଥାତ୍ ୩୦ତମ ପର୍ଯ୍ୟାୟ ପାଇଁ ସରକାରଙ୍କୁ ୪୩.୯୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ତେବେ ପ୍ରଥମ ପର୍ଯ୍ୟାୟ (୩୦ତମ ପର୍ଯ୍ୟାୟ) ପାଇଁ କମିସନ୍ ଦେୟ ପାଇଁ ବିଚାରାଧୀନ ରହିଥିବା ଜଣାପଡିଛି।

ଟାଇମ୍‌ ପତ୍ରିକାର ୧୦୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଲେ ଏହି ଅଭିନେତ୍ରୀ

ନିର୍ବାଚନୀ ବଣ୍ଡ ଛାପିବା ପାଇଁ ସରକାରଙ୍କୁ ବର୍ତ୍ତମାନ ସୁଦ୍ଧା ୧.୯ କୋଟି ଟଙ୍କା ଦେବାକୁ ପଡିଛି। ଏହାବ୍ୟତୀତ ‘ମାସ୍କ-ଏ-ପ୍ରିଣ୍ଟ ସିକ୍ୟୁରିଟି ଭେରିଫିକେସନ୍ ଡିଭାଇସ୍’ ପାଇଁ ୬,୭୨୦ ଟଙ୍କା ଦିଆଯାଇଛି।

ସ୍ୱଦେଶୀ ଜ୍ଞାନକୌଶଳ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୬.୮୨୬ ଲକ୍ଷ ଇଲେକ୍ଟୋରାଲ ବଣ୍ଡ ଛପାଯାଇଛି। ମୋଟ ଉପରେ ସରକାର ଆଜି ସୁଦ୍ଧା ୩୩,୦୦୦ କୋଟି ଟଙ୍କାର ଏକ କୋଟି ଟଙ୍କା ମୂଲ୍ୟର ବଣ୍ଡ୍ର ମୋଟ ୩୩,୦୦୦ ନମ୍ବର ଏବଂ ୨,୬୬୦ କୋଟି ଟଙ୍କାର ୧୦ ଲକ୍ଷ ଟଙ୍କାର ୨୬,୬୦୦ ଟଙ୍କା ମୂଲ୍ୟର ବଣ୍ଡ୍ ଛାପିଛନ୍ତି। ୨୦୧୮ରୁ ନିର୍ବାଚନୀ ବଣ୍ଡ ଯୋଜନାର ୩୦ଟି ପର୍ଯ୍ୟାୟରେ ରାଜନୈତିକ ଦଳଗୁଡ଼ିକ ୧୬,୫୧୮ କୋଟି ଟଙ୍କା ସଂଗ୍ରହ କରିଛନ୍ତି, ଯେଉଁଥିରେ କର୍ପୋରେଟ୍ ଏବଂ ବ୍ୟବସାୟୀମାନେ ଏହି ବଣ୍ଡ୍ ମାଧ୍ୟମରେ ଦାନ କରିଥିବା ଅର୍ଥର ଏକ ବଡ଼ ଅଂଶ।

ଗେରୁଆ ପୋଷାକ ପିନ୍ଧିବାକୁ ବିରୋଧ କରିବାରୁ ସ୍କୁଲରେ ଭଙ୍ଗାରୁଜା

ଶେଷ ପର୍ଯ୍ୟାୟ (୩୦ତମ ପର୍ଯ୍ୟାୟ)ରେ ରାଜନୈତିକ ଦଳଗୁଡ଼ିକ ବଣ୍ଡ ମାଧ୍ୟମରେ ୫୭୦ କୋଟି ଟଙ୍କା ପାଇଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories